www.samajalive.in
Saturday, December 6, 2025
26.1 C
Bhubaneswar

ଇାସ୍ରୋ ବୈଜ୍ଞାନିକଙ୍କ ମନୋବଳ ବଢ଼ାଇବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ; କହିଲେ ଆମେ ସଫଳତା ନିଶ୍ଚୟ ପାଇବା, କେହି ଆମକୁ ଅଟକାଇ ପାରିବେନି

ବେଙ୍ଗାଲୁରୁ: ଚନ୍ଦ୍ରଯାନ-୨ ଅଭିଯାନର ଫଳାଫଳକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଚନ୍ଦ୍ରପୃଷ୍ଠରେ ପାଦ ଦେବାର କିଛି ସମୟ ପୂର୍ବରୁ ଲ୍ୟାଣ୍ଡର ବିକ୍ରମ ସହିତ ଇସ୍ରୋର ସମ୍ପର୍କ ଚ୍ଛିନ୍ନ ହେବା ପରେ ବୈଜ୍ଞାନିକମାନଙ୍କ ମମନରେ ନିରାଶାଭାବ ଖେଳିଯାଇଛି। ତେଣୁ ସେମାନଙ୍କ ମନୋବଳ ବଢ଼ାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରୟାସ କରିଛନ୍ତି। ସେ ଶନିବାର ସକାଳେ ବେଙ୍ଗାଲୁରୁସ୍ଥିତ ଇସ୍ରୋ ମୁଖ୍ୟାଳୟରୁ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବା ସମୟରେ ଇସ୍ରୋ ଅଧ୍ୟକ୍ଷ କେ. ଶିବନଙ୍କୁ ସାନ୍ତ୍ବନା ଦେବା ସହିତ ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଛନ୍ତି।

ମୋଦୀ ବୈଜ୍ଞାନିକମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଆପଣମାନେ ଦେଶବାସୀଙ୍କୁ ଗର୍ବିତ କରିବାକୁ ଜୀବନ ଉତ୍ସର୍ଗ କରିଛନ୍ତି। ମୁଁ ଆପଣମାନଙ୍କ ମନର ଦୁଃଖକୁ ଅନୁଭବ କରିପାରୁଛି। ଆମେ ଆମର ବୈଜ୍ଞାନିକଙ୍କ କାର୍ଯ୍ୟ ପାଇଁ ଗର୍ବିତ। ଭାରତବାସୀ ଆପଣଙ୍କ ସହିତ ରହିଛନ୍ତି। ଆମେ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛେ। ନିରାଶ ହୋଇନୁ। ଆମେ ସଫଳତା ନିଶ୍ଚୟ ପାଇବା, କେହି ଆମକୁ ଅଟକାଇପାରିବେନି। ପ୍ରତିବନ୍ଧକକୁ ଅତିକ୍ରମ କରି ସଫଳତା ହାସଲ କରିବା ହେଉଛି ଆମ ସଭ୍ୟତା। ଆଜିର ଶିକ୍ଷା ଆମକୁ ଆଗକୁ ବଢ଼ିବାରେ ସହାୟକ ହୋଇପାରିବ। ପରିଶ୍ରମ ସଫଳ ହେବ। ଆମେ ଲକ୍ଷ୍ୟପଥରେ ନିଶ୍ଚିତ ପହଞ୍ଚିପାରିବା। ଗୋଟିଏ ମିଶନରେ ୧୦୦ ସାଟେଲାଇଟ ଉତ୍‌କ୍ଷେପଣ ପାଇଁ ଆପଣମାନଙ୍କୁ ଶୁଭେଚ୍ଛା। ବୈଜ୍ଞାନିକମାନେ ସଫଳତାରେ ସନ୍ତୁଷ୍ଟ ହୁଅନ୍ତି ନାହିଁ କି ବିଫଳତାରେ ହାରନ୍ତି ନାହିଁ। ପ୍ରତିକୂଳ ପରିସ୍ଥିତିରେ ସଫଳତା ଲାଭ କରିବା ଆମେ ଭଲ ଭାବେ ଜାଣିଛେ ବୋଲି ମୋଦୀ ଉଦବୋଧନ ଦେବା ଅବସରରେ କହିଥିଲେ।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories