www.samajalive.in
Sunday, December 7, 2025
23.1 C
Bhubaneswar

କଟକ ଓଡ଼ିଶାର ପ୍ରାଣକେନ୍ଦ୍ର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କଟକ : ଓଡ଼ିଶାର ବରପୁତ୍ରଙ୍କୁ ସୃଷ୍ଟି କରିଛି ରେଭେନ୍‍ସା କଲିଜିଏଟ୍‍ ସ୍କୁଲ। ସେମାନଙ୍କ ପାଇଁ ଏହି ବିଦ୍ୟାଳୟର ମାଟି ଗୌରବାନ୍ୱିତ। ଏଠି ପଢୁଥିବା ଛାତ୍ରଛାତ୍ରୀମାନେ ଆତ୍ମବିଶ୍ୱାସ ରଖିବା ଦରକାର ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍‍ ପକ୍ଷରୁ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଅନୁଦାନରେ ରେଭେନ୍‍ସା କଲିଜିଏଟ୍‍ ସ୍କୁଲ ନେତାଜୀ ଅଡିଟୋରିୟମ ପ୍ରଥମ ମହଲାରେ ନିର୍ମିତ ନେତାଜୀ ବିଜ୍ଞାନ ପ୍ରୟୋଗଶାଳା ଏବଂ ପାଠାଗାରକୁ ଗୁରୁବାର ଉଦ୍‍ଘାଟନ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, କଟକ ହେଉଛି ଓଡ଼ିଶାର ପ୍ରାଣକେନ୍ଦ୍ର। ଏହି ଐତିହ୍ୟ ସମ୍ପନ୍ନ ସହର ସମଗ୍ର ଓଡ଼ିଶାର ଗର୍ବ। ଏହି ସହରର ଉନ୍ନତି ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଇଛନ୍ତି। ପାଇପ ଯୋଗେ ଗ୍ୟାସ ଯୋଗାଣ ପ୍ରକ୍ରିୟା ସିଡିଏରେ ଆରମ୍ଭ ହୋଇଛି। ସତୀଚଉରା ଓ ଖାନନଗର ଶ୍ମଶାନରେ ଏଲ୍‍ପିଜି ଚାଳିତ ଶବଦାହ ଚୁଲା ନିର୍ମାଣ ପାଇଁ କେନ୍ଦ୍ର ସରକାର ଅନୁମୋଦନ କରିସାରିଛନ୍ତି। କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତା ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଏକାନ୍ତ ଦରକାର। ଏବେ ସିଙ୍ଗଲ ୟୁଉଜ ପ୍ଲାଷ୍ଟିକଗୁଡ଼ିକର ବ୍ୟବହାର କମାଇବା ଅଥବା ସମ୍ପୂର୍ଣ୍ଣ ବନ୍ଦ କରିବା ଉପରେ ସମସ୍ତେ ସଚେତନ ହେବାର ସମୟ ଆସିଛି। ଏଥିପାଇଁ ଆବଶ୍ୟକ ଜନ ଜାଗରଣର ନେତୃତ୍ୱ ରେଭେନ୍‍ସା କଲିଜିଏଟ୍‍ ସ୍କୁଲ ନେଉ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତପ୍ରକାଶ କରିଥିଲେ। ସ୍କୁଲର ନୂତନ ପାଠାଗାରକୁ ବହି ବିହୀନ କରାଇ ଏକ ଭଲ ଇ-ଲାଇବ୍ରେରୀ କରିବା ଏବଂ ବିଜ୍ଞାନ ପ୍ରୟୋଗଶାଳା ପାଇଁ ଆନୁସଙ୍ଗିକ ସାମଗ୍ରୀ ଯୋଗାଇ ଦେବାକୁ ପଦକ୍ଷେପ ନେବେ ବୋଲି ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଥିଲେ। ସ୍କୁଲର ପୁରାତନ ଛାତ୍ର ତଥା ବିଧାୟକ ଇଂ ମହମ୍ମଦ ମୋକିମ କହିଲେ, ରେଭେନ୍‍ସା କଲିଜିଏଟ୍‍ ସ୍କୁଲରୁ ଶିକ୍ଷା ଲାଭ କରି ବିଦ୍ୟାର୍ଥୀମାନେ ଆନ୍ତର୍ଜାତିକସ୍ତରରେ ପ୍ରତିଷ୍ଠା ଲାଭ କରିଛନ୍ତି। ସ୍କୁଲ ଆନ୍ତର୍ଜାତିକ ଖ୍ୟାତି ଅର୍ଜ୍ଜନ କରିଛି। ଏଠାକାର ଶିକ୍ଷକଙ୍କର ଆତ୍ମବିଶ୍ୱାସ ମଧ୍ୟ ବହୁତ ବେଶୀ। ଏହି ଅବସରରେ ବିଧାୟକ ଇଂ ମୋକିମ ସିଡିଏରେ ସାଢ଼େ ୩କିଲୋମିଟର ବ୍ୟାପୀ ପେଟାନାଳକୁ ୱାଟର ଟ୍ରିଟମେଣ୍ଟ ପ୍ରକଳ୍ପ ମାଧ୍ୟମରେ ଏକ ୱାଟର ପାର୍କରେ ପରିଣତ କରି ଚତୁଃପାର୍ଶ୍ବକୁ ଏକ ସହରବାସୀଙ୍କ ଚିତ୍ତ ବିନୋଦନ ପାଇଁ ସୁଯୋଗ ସୃଷ୍ଟି କରିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‍ର ସିଜିଏମ୍‍ ଏସ୍‍.ସୁବାରାଓ, ଡିଜିଏମ୍‍ ଅଭୟ ଶଙ୍କର ଦାସ ଓ ରେଭେନ୍‍ସା କଲିଜିଏଟ୍‍ ସ୍କୁଲ ପୁରାତନ ଛାତ୍ର ସଂସଦର ସଭାପତି ଡାକ୍ତର ପ୍ରଦୀପ ରାଓ ମଞ୍ଚାସୀନ ଥିଲେ। ସ୍କୁଲର ପ୍ରଧାନଶିକ୍ଷକ ଡ. ଅନୁସ୍ମିତା ସ୍ୱାଇଁ ସ୍ୱାଗତ ଭାଷଣ ଓ ବିନୋଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories