www.samajalive.in
Tuesday, December 9, 2025
15.1 C
Bhubaneswar

ତେଲ ଆଭିଭ ବିଶ୍ୱର ସବୁଠାରୁ ମହଙ୍ଗା ସହର

ପ୍ୟାରିସ: ସାଧାରଣରେ ବିଶ୍ୱାସ ଯେ ବିଶ୍ୱର ସବୁଠାରୁ ମହଙ୍ଗା ସହର କହିଲେ ପ୍ୟାରିସ, ହଂସଂ କିମ୍ବା ସିଙ୍ଗାପୁର ହୋଇଥିବ। କିନ୍ତୁ ଇତିହାସରେ ପ୍ରଥମ ଥର ପାଇଁ ଇସ୍ରାଏଲର ତେଲ ଆଭିଭ ସହର ବିଶ୍ୱର ସବୁଠାରୁ ମହଙ୍ଗା ସହର ତାଲିକାର ଶୀର୍ଷରେ ରହିଛି। ବୁଧବାର ଦିନ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ମୁଦ୍ରାସ୍ଫୀତିରେ ମାତ୍ରାଧିକ ବୃଦ୍ଧି କାରଣରୁ ତେଲ ଆଭିଭରେ ବାସ କରିବା ସବୁଠାରୁ ମହଙ୍ଗା ବିବେଚିତ ହେଉଛି ଏବଂ ସେଥିପାଇଁ ଏହା ବିଶ୍ୱର ସବୁଠାରୁ ମହଙ୍ଗା ସହର ପାଲଟିଛି। ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ (ଇଆଇୟୁ) ପକ୍ଷରୁ ସଂକଳନ କରାଯାଇଥିବା ବିଶ୍ୱବ୍ୟାପୀ ବାସ କରିବା ଖର୍ଚ୍ଚ ସୂଚୀରେ ବିଶ୍ୱର ୧୭୩ଟି ସହରରେ ଆମେରିକୀୟ ଡଲାର ମୂଲ୍ୟରେ ବିଭିନ୍ନ ସାମଗ୍ରୀ ଓ ସେବାକୁ ତୁଳନା କରାଯାଇଥିଲା। ସେହି ତାଲିକାରୁ ଇସ୍ରାଏଲର ତେଲ ଆଭିଭ ସହର ସବୁଠାରୁ ମହଙ୍ଗା ବୋଲି ଜଣାଯାଇଛି। ଏହି ସହର ପାଞ୍ଚଟି ସ୍ଥାନ ଉପରକୁ ଉଠି ଶୀର୍ଷରେ ରହିଛି। ଗତବର୍ଷ ପ୍ୟାରିସ ସବୁଠାରୁ ମହଙ୍ଗା ସହର ରହିଥିବାବେଳେ ତେଲ ଆଭିଭ ତାହାକୁ ଟପିଯାଇଛି ଏବଂ ସଂପ୍ରତି ପ୍ୟାରିସ ଓ ସିଙ୍ଗାପୁର ମିଳିତ ଭାବରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏହା ପଛକୁ ରହିଛି ଜୁରିଚ ଏବଂ ହଂକଂ। ନ୍ୟୁୟର୍କ ଷଷ୍ଠ ସ୍ଥାନରେ ରହିଥିବାବେଳେ ଜେନେଭା ସପ୍ତମରେ ରହିଛି। ସେହିଭଳି ଅଷ୍ଟମ, ନବମ ଏବଂ ଦଶମ ସ୍ଥାନରେ ଯଥାକ୍ରମେ କୋପେନହେଗେନ, ଲସ ଏଞ୍ଜେଲସ ଏବଂ ଓସାକା ଆଦି ରହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories