www.samajalive.in
Saturday, December 6, 2025
14.1 C
Bhubaneswar

ଅସ୍ତ୍ରବିରତି ଆଶା କ୍ଷୀଣ! ହମାସର ଏହି ପଦକ୍ଷେପ ପାଇଁ କାଇରୋ ଆଲୋଚନାରୁ ଓହରିଲା ଇସ୍ରାଏଲ

ଜେରୁଜେଲମ: ଇସ୍ରାଏଲ ଓ ହମାସ ମଧ୍ୟରେ ପାଞ୍ଚ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିଛି। ଅକ୍ଟୋବର ୭ରେ ହମାସ ଆତଙ୍କୀ ଇସ୍ରାଏଲ ଉପରେ ଆକ୍ରମଣ କରି ଶତାଧିକ ଲୋକଙ୍କୁ ବନ୍ଧକ ରଖିଥିଲେ। ପରେ ଇସ୍ରାଏଲ କଡ଼ା ପ୍ରତିଜବାବ ଓ ବୁଝାମଣା ମାଧ୍ୟମରେ ତା’ର କିଛି ଲୋକଙ୍କୁ ମୁକ୍ତ କରିଥିଲା। ମଝିରେ କୁହାଯାଉଥିଲା ଯେ, ଯୁଦ୍ଧ ପୁଣି ଥରେ କିଛି ସମୟ ପାଇଁ ବନ୍ଦ ହୋଇପାରେ ଏବଂ ବନ୍ଧକମାନଙ୍କୁ ମୁକ୍ତ କରାଯାଇପାରେ। ତେବେ ବର୍ତ୍ତମାନ ଏହି ଆଶା କ୍ଷୀଣ ହେବାରେ ଲାଗିଛି।

ଗାଜା ଅସ୍ତ୍ରବିରତି ଏବଂ ବନ୍ଧକମାନଙ୍କୁ ମୁକ୍ତ କରିବା ବିଷୟରେ ଆଲୋଚନା ପାଇଁ ଇସ୍ରାଏଲ ନିଜର ପ୍ରତିନିଧି ଦଳ କାଇରୋକୁ ନ ପଠାଇବାକୁ ନିଷ୍ପତ୍ତି ନେଇଛି। ଇସ୍ରାଏଲ୍ ଏହି ନିଷ୍ପତ୍ତି ଏମିତି ସମୟରେ ନେଇଛି, ଯେଉଁ ସମୟରେ ହମାସ ତା’ର ଦୁଇଟି ଦାବିକୁ ଗ୍ରହଣ କରିବାରେ ବିଫଳ ହୋଇଛି। ପ୍ରଥମ ଦାବି ଥିଲା, ବନ୍ଧକମାନଙ୍କର ଏକ ତାଲିକା ମାଗିଥିଲା ଇସ୍ରାଏଲ, ଯେଉଁଥିରେ ହମାସକୁ ଜଣାଇବାର ଥିଲା ଯେ କେତେ ବନ୍ଧକ ଜୀବିତ ଏବଂ କେତେ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଦ୍ୱିତୀୟଟି ହେଉଛି, ବନ୍ଧକଙ୍କ ବଦଳରେ ଇସ୍ରାଏଲ୍ ଜେଲରୁ ମୁକ୍ତ ହୋଇଥିବା ପାଲେଷ୍ଟାଇନ କଏଦୀଙ୍କ ଅନୁପାତ ବିଷୟରେ ସୂଚନା ଦେବା। ଜଣେ ଇସ୍ରାଏଲ ଅଧିକାରୀ ନିଜ ନାଁ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ମୋସାଦ ନିର୍ଦେଶକ ଡେଭିଡ୍‌ ବାର୍ଣ୍ଣିଆଙ୍କ ସହ ସମନ୍ବୟରେ ଆଲୋଚନାରେ ସାମିଲ ନ ହେବାକୁ ନିଷ୍ପତ୍ତି ନେଇଛନ୍ତି।

- Advertisement -

ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଶା ପ୍ରକଟ କରିଥିଲେ ଯେ, ସୋମବାର ସୁଦ୍ଧା ଇସ୍ରାଏଲ ଏବଂ ହମାସ ମଧ୍ୟରେ ଅସ୍ତ୍ରବିରତି ହୋଇପାରେ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories