ଲସ୍କରକୁ ନିଷିଦ୍ଧ କଲା ଇସ୍ରାଏଲ

ନୂଆଦିଲ୍ଲୀ: ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାକୁ ନିଷିଦ୍ଧ କରିଛି ଇସ୍ରାଏଲ। ୨୦୦୮ ମୁମ୍ବଇ ଆତଙ୍କବାଦୀ ଆକ୍ରମଣକୁ ୧୫ବର୍ଷ ପୂରଣ ହେବାକୁ ଯାଉଥିବାବେଳେ ଇସ୍ରାଏଲ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇସ୍ରାଏଲର ଏପରି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ନୂଆଦିଲ୍ଲୀସ୍ଥିତ ଦୂତାବାସ ଅଧିକାରୀଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଇସ୍ରାଏଲର ଆଭ୍ୟନ୍ତରୀଣ ଅଞ୍ଚଳ ଓ ସୀମାରେ ଆତଙ୍କବାଦୀ କାର୍ଯ୍ୟ ଚଳାଇଥିବା ସଂଗଠନଗୁଡିକୁ ନିଷିଦ୍ଧ କରିଥାଏ। ଏହା ସହିତ ଜାତିସଂଘ ସୁରକ୍ଷା ପରିଷଦ କିମ୍ବା ଆମେରିକା ଦ୍ବାରା ବିଶ୍ବ ଆତଙ୍କବାଦୀ ଘୋଷିତ ସଂଗଠନଗୁଡିକ ଉପରେ ଇସ୍ରାଏଲ ଏପରି ନିଷେଧାଦେଶ ଜାରି କରିଥାଏ।

୨୦୦୮ ନଭେମ୍ବର ୨୬ରେ ଲସ୍କର ଆତଙ୍କବାଦୀମାନେ ମୁମ୍ବଇ ସହରରେ ପ୍ରବେଶ କରି ବିଭିନ୍ନ ସ୍ଥାନରେ ଆକ୍ରମଣ କରିଥିଲେ। ୪ଦିନ ଧରି ଆତଙ୍କବାଦୀମାନେ କରିଥିବା ଆକ୍ରମଣରେ ୧୭୫ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦୦ରୁ ଅଧିକ ଆହତ ହୋଇଥିଲେ।

Comments are closed.