www.samajalive.in
Monday, December 8, 2025
14.1 C
Bhubaneswar

ଜାତିସଂଘ ମହାସଚିବଙ୍କୁ ଇସ୍ରାଏଲରେ ପ୍ରବେଶ ମନା

ସମାଜ ଡିଜିଟାଲ ଡେସ୍କ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଜାରି ରହିଥିବାବେଳେ ଇସ୍ରାଏଲ ବୁଧବାର ଏକ ବଡ଼ ପଦକ୍ଷେପ ନେଇଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ଉପରେ କଟକଣା ଲଗାଇଛି ଇସ୍ରାଏଲ। ଇସ୍ରାଏଲରେ ଗୁଟେରସ ପ୍ରବେଶ କରିପାରିବେ ନାହିଁ ବୋଲି ଏହାର ବିଦେଶ ମନ୍ତ୍ରୀ ଇସ୍ରାଏଲ କାଜ୍‌ ବୁଧବାର ଘୋଷଣା କରିଛନ୍ତି।

ବିଦେଶ ମନ୍ତ୍ରୀ କାଜ୍‌ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଟ୍ବିଟ୍ କରି କହିଛନ୍ତି, ଜାତିସଂଘ ମହାସଚିବ ଇସ୍ରାଏଲ ବିରୋଧରେ ପକ୍ଷପାତ କରିଛନ୍ତି। ତେଣୁ ଇସ୍ରାଏଲ ତାଙ୍କ ପ୍ରବେଶ ଉପରେ ନିଷେଧାଦେଶ ଜାରି କରୁଛି। ଇସ୍ରାଏଲ ତାଙ୍କୁ ନିଜ ଦେଶରେ ସ୍ଵାଗତ କରିବାକୁ ଚାହୁଁନାହିଁ। ଇସ୍ରାଏଲ ଉପରେ ଇରାନର ଘୃଣ୍ୟ ଆକ୍ରମଣକୁ ବିଶ୍ଵବ୍ୟାପୀ ଅଧିକାଂଶ ରାଷ୍ଟ୍ର ନିନ୍ଦା କରିଛନ୍ତି। ଯେଉଁମାନେ ଏହାକୁ ନିନ୍ଦା କରିନାହାନ୍ତି ସେମାନେ ଇସ୍ରାଏଲ ମାଟିରେ ପାଦ ରଖିବାକୁ ଯୋଗ୍ୟ ନୁହନ୍ତି। ଗତବର୍ଷ ଅକ୍ଟୋବର ୭ରେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରି ଗଣହତ୍ୟା ରଚିଥିଲା। ମହିଳାଙ୍କ ଉପରେ ଯୌନ ନିର୍ଯାତନା କରିଥିଲା। ଜାତିସଂଘ ମହାସଚିବ ବର୍ତ୍ତମାନ ସୁଦ୍ଧା ଏହି ଘଟଣାକୁ ନିନ୍ଦା କରିନାହାନ୍ତି କି ହମାସକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିବାକୁ ପଦକ୍ଷେପ ନେଇନାହାନ୍ତି। ଗୁଟେରସ ଜଣେ ଏପରି ମହାସଚିବ, ଯିଏ ହମାସ, ହେଜବୋଲ୍ଲା, ହୁତି ଆତଙ୍କବାଦୀ, ଦୁଷ୍କର୍ମକାରୀ ଓ ହତ୍ୟାକାରୀ ଏବଂ ବିଶ୍ଵ ଆତଙ୍କବାଦର ଜନନୀ ଇରାନକୁ ସମର୍ଥନ କରୁଛନ୍ତି। ଜାତିସଂଘ ଇତିହାସରେ ସେ ଜଣେ କଳଙ୍କ ଭାବେ ସର୍ବଦା ମନେରହିବେ ବୋଲି ବିଦେଶ ମନ୍ତ୍ରୀ କାଜ୍‌ ଲେଖିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories