ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି ଇସ୍‌ଲାମିକ ସଂଗଠନ : ଭାରତ

ନୂଆଦିଲ୍ଲୀ : କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକକୁ ଆଜୀବନ କାରାଦଣ୍ଡ ବିରୋଧରେ ପାକିସ୍ତାନ ସମେତ ବିଭିନ୍ନ ଇସ୍‌ଲାମିକ୍‌ ରାଷ୍ଟ୍ରଙ୍କ ପ୍ରତିକ୍ରିୟାକୁ ଭାରତ କଡ଼ା ସମାଲୋଚନା କରିଛି। ବିଶେଷକରି ଅର୍ଗାନାଇଜେସନ୍‌ ଅଫ ଇସ୍‌ଲାମିକ କୋଅପରେସନ୍‌ ବା ଓଆଇସି ପକ୍ଷରୁ ପ୍ରକାଶିତ ପ୍ରତିକ୍ରିୟାର ଜବାବରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଏହାଦ୍ବାରା ଆତଙ୍କବାଦକୁ ପ୍ରୋତ୍ସାହନ ଦିଆଯାଉଛି ଏବଂ ଏହା କୌଣସି ଦୃଷ୍ଟିରୁ ଗ୍ରହଣୀୟ ନୁହେଁ। ଆତଙ୍କବାଦ ସପକ୍ଷରେ ଯୁକ୍ତି କରିବା ଅପେକ୍ଷା ଏହା ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଯିବା ଉଚିତ ବୋଲି ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ୍‌ ବାଗ୍‌ଚି କହିଛନ୍ତି। ବୁଧବାର ମଲିକକୁ ଆତଙ୍କବାଦ ପାଇଁ ପାଣ୍ଠି ଯୋଗାଣ ମାମଲାରେ ଏନ୍‌ଆଇଏ ଅଦାଲତ ଦ୍ବାରା ଆଜୀବନ କାରାଦଣ୍ଡ ପ୍ରଦାନ କରାଯାଇଛି। ସେ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବାର ବହୁ ପ୍ରମାଣ ଅଦାଲତରେ ଉପସ୍ଥାପନ କରାଯାଇଛି। ତାକୁ ସମର୍ଥନ କରିବା ଅର୍ଥ ଆତଙ୍କବାଦକୁ ସମର୍ଥନ ବୋଲି ବାଗଚି ଚେତାଇ ଦେଇଛନ୍ତି।

kalyan agarbati

Comments are closed.