nua o banner

ଆଇଏସ୍‌ଏଲ୍‌: ଓଡ଼ିଶା ଏଫ୍‌ସିର ଲୋଗୋ ଉନ୍ମୋଚିତ; ନଭେମ୍ବର ୨୪ରେ ପ୍ରଥମ ମ୍ୟାଚ୍‌

BJD Bijuli 480×75 Mob
0

ଭୁବନେଶ୍ବର: ନମସ୍କାର ଓଡ଼ିଶା, ଆମ ଟିମ୍‌ ଆମ ଗେମ୍‌; ଆମ କ୍ଳବ ଆମର ପରିଚୟ। ଏଭଳି ସନ୍ଦେଶ ନେଇ ଇଣ୍ଡିଆନ ସୁପର ଲିଗ୍‌ ଫୁଟବଲ (ଆଇଏସ୍‌ଏଲ) ଟୁର୍ଣ୍ଣାମେଣ୍ଟର ୬ଷ୍ଠ ସଂସ୍କରଣ ଖେଳିବ ଓଡ଼ିଶା ଏଫ୍‌ସି। ଦିଲ୍ଲୀ ଡାଇନାମୋଜ୍‌ ବଦଳରେ ଓଡ଼ିଶା ଏଫ୍‌ସି ଆଇଏସ୍‌ଏଲରେ ଖେଳିବ। ଏଥିନେଇ ଗତ ୩୧ରେ ଓଡ଼ିଶା ସରକାର ଓ ଦିଲୀ ସକ୍କର ପ୍ରାଇେଭଟ୍‌ ଲିମିଟେଡ୍‌ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି।
ଅକ୍ଟୋବର ୨୦ରୁ ଆରମ୍ଭ ହେବାକୁ ଥିବା ଉକ୍ତ ପ୍ରତିଯୋଗିତା ଲାଗି ଓଡ଼ିଶା ଏଫ୍‌ସିର ଲୋଗୋ ରବିବାର ଉନ୍ମୋଚିତ ହୋଇଯାଇଛି। ଏହି ଲୋଗୋରେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟକୁ ସ୍ଥାନିତ କରାଯାଇଛି। ଜିଏମ୍‌ଏସ୍‌ କମ୍ପାନୀ ପକ୍ଷରୁ ପ୍ରସ୍ତୁତ କରା ଯାଇଥିବା ଲୋଗୋରେ ଓଡ଼ିଶାର ଐତିହ୍ୟ, କଳା ସଂସ୍କୃତି ସହିତ କୋଣାର୍କ ଚକ୍ର ସ୍ଥାନ ପାଇଛି। ଏହା ଖେଳ ମାଧ୍ୟମରେ ଓଡ଼ିଶାର କଳା ସଂସ୍କୃତିକୁ ମଧ୍ୟ ପ୍ରଚାର ପ୍ରସାର କରିବାରେ ସହାୟକ ହେବ। କ୍ଲବର ନିର୍ଦେଶକ ରୋହନ ଶର୍ମା କହିଛନ୍ତି, ଓଡ଼ିଶାବାସୀଙ୍କୁ ଫୁଟବଲ ସହିତ ଯୋଡ଼ିବା ଆମର ପ୍ରଥମ ଲକ୍ଷ୍ୟ। ତେଣୁ ଓଡ଼ିଶାର ବିଶ୍ବପ୍ରସିଦ୍ଧ କୋଣାର୍କ ଚକ୍ରକୁ ସ୍ଥାନ ଦିଆଯାଇଛି; ଯାହା ଓଡ଼ିଶାର କଳା ଓ ସଂସ୍କୃତିକୁ ଖେଳ ମାଧ୍ୟମରେ ପ୍ରତିପାଦିତ କରିପାରିବ। ସୂଚନାଯୋଗ୍ୟ, ଆଇଏସ୍‌ଏଲ ୬ଷ୍ଠ ସଂସ୍କରଣରେ ଓଡ଼ିଶା ଏଫ୍‌ସି ସହ ୧୦ ଦଳ ଭାଗନେବେ। ପ୍ରତ୍ୟେକ ଦଳ ୧୮ଟି ଲେଖାଏଁ ମ୍ୟାଚ ଖେଳିବେ। ସେଥିମଧ୍ୟରୁ ୯ଟି ମ୍ୟାଚ ଘରୋଇ ପଡ଼ିଆରେ ଖେଳିବେ। ଓଡ଼ିଶା ଏଫ୍‌ସି ୯ଟି ମ୍ୟାଚ କଳିଙ୍ଗ ଷ୍ଟାଡ଼ିୟମରେ ଏବଂ ୯ଟି ଅନ୍ୟତ୍ର ଖେଳିବ। ଓଡ଼ିଶା ଏଫ୍‌ସି ଅକ୍ଟୋବର ୨୬ରେ ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫସି ସହିତ ଖେଳି ଅଭିଯାନ ଆରମ୍ଭ କରିବ। ନଭେମ୍ବର ୨୪ରେ ଏଟିକେ ବିପକ୍ଷରେ ପ୍ରଥମ ଘରୋଇ ମ୍ୟାଚ କଳିଙ୍ଗ ଷ୍ଟାଡ଼ିୟମରେ ଖେଳିବ।

Leave A Reply