www.samajalive.in
Sunday, December 7, 2025
26.1 C
Bhubaneswar

ଏହି ଦେଶରେ ସରକାରଙ୍କୁ ବିରୋଧ କରିବାରୁ ଦିଆଯାଇଛି ମୃତ୍ୟୁଦଣ୍ଡ

ତେହେରାନ୍‌ – ଇରାନ୍‌ରେ ଏବେ ବୁର୍ଖାକୁ ନେଇ ବିବାଦ । ବୁର୍ଖା ପିନ୍ଧିବାକୁ ବିରୋଧ କରୁଛନ୍ତି ଅନେକ ମହିଳା । ମାତ୍ର ଏଥିପାଇଁ ବିରୋଧ ପ୍ରଦର୍ଶନକାରୀଙ୍କୁ କଡା ଦଣ୍ଡ ମିଳିଛି । ଜଣେ ପ୍ରଦର୍ଶନକାରୀଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଥିବା ବେଳେ ଅନ୍ୟମାନଙ୍କୁ ୫ରୁ ୧୦ ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରାଯାଇଛି । ଇରାନ୍‌ରେ ସରକାରୀ ବିରୋଧୀ ପ୍ରଦର୍ଶନ ପାଇଁ ପ୍ରଥମ ଥର ପାଇ ମୃତ୍ୟୁଦଣ୍ଡ ଦିଆଯାଇଛି ।

ରାଷ୍ଟ୍ରୀୟ ସୁରକ୍ଷା ଏବଂ ସାର୍ବଜନିକ ବ୍ୟବସ୍ଥାକୁ ଉଲ୍ଲଘଂନ ଅଭିଯୋଗରେ ଏହି ଦଣ୍ଡାଦେଶ କରାଯାଇଛି । ହିଜାବ ବିରୋଧରେ ହଜାର ହଜାର ସଂଖ୍ୟାରେ ମହିଳା ଇରାନ୍‌ରେ ରାସ୍ତାକୁ ଓହ୍ଲାଇ ପ୍ରଦର୍ଶନ କରିଥିଲେ । ଏହି ସମୟରେ ଏକ ସରକାରୀ ଭବନକୁ କେହି ନିଆଁ ଲଗାଇ ଦେଇଥିଲେ ।

- Advertisement -

ଏହି ଘଟଣାପରେ ଗିରଫ କରାଯାଇଥିବା ମହିଳା ଏବଂ ପୁରୁଷଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ଗତ ବର୍ଷ ଡିସେମ୍ବର ୧୬ ତାରିଖରେ ୨୨ ବର୍ଷିୟ ମହିସା ଅମୀନଙ୍କୁ ପୁଲିସ ବୁର୍ଖା ପିନ୍ଧି ନଥିବାରୁ ମାଡ ମାରିଥିଲେ ଏବଂ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଏହାପରେ ଇରାନ୍‌ରେ ଜୋରଦାର ବିରୋଧ କରାଯାଇଥିଲା ।

ଏବେ ମୃତ୍ୟୁଦଣ୍ଡାଦେଶ ପରେ ଇରାନ୍‌ରେ ଆହୁରି ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଆଶଙ୍କା କରାଯାଉଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories