www.samajalive.in
Saturday, December 13, 2025
23.1 C
Bhubaneswar

ଆଇପିଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ବର: ଆଇପିଏସ୍‌ସ୍ତରରେ ମଙ୍ଗଳବାର ରାଜ୍ୟ ସରକାର ଅଦଳବଦଳ କରିଛନ୍ତି। ୧୯୮୮ ବ୍ୟାଚ୍ ଆଇପିଏସ୍ ମନୋଜ କୁମାର ଛାବ୍ରା ଚାକିରିରୁ ଅବସର ନେବା ପରେ ଏଚ୍‌ଆର୍‌ପିସି (ମାନବାଧିକାର ସୁରକ୍ଷା ସେଲ୍‌) ସ୍ବତନ୍ତ୍ର ଡିଜିପି ଭାବେ କାର୍ଯ୍ୟରତ ୧୯୮୯ ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ ଅମୃତ ମୋହନ ପ୍ରସାଦଙ୍କୁ ଜେଲ୍‌ ବିଭାଗ ଡିଜି ଭାବେ ବଦଳି କରାଯାଇଛି। ଏହା ସହିତ ଅମୃତ ମୋହନ ପ୍ରସାଦଙ୍କୁ କରେକ୍ସନାଲ ସର୍ଭିସେସ୍ ନିର୍ଦେଶକ ଦାୟିତ୍ୱ ମିଳିଛି।

ସେହିପରି ଗୃହ ବିଭାଗରେ ଓଏସ୍‌ଡି ଥିବା ୧୯୮୮ ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ ଅରୁଣ ରାୟଙ୍କୁ ରାଜ୍ୟ ପ୍ରିଣ୍ଟିଂ,ଷ୍ଟେସନାରୀ ଓ ପବ୍ଲିକେସନ୍ ନିର୍ଦେଶକଭାବେ ବଦଳି କରାଯାଇଛି। କମିସନରେଟ ପୁଲିସର ଅତିରିକ୍ତ ପୁଲିସ ଆୟୁକ୍ତ ୨୦୦୮ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଉମାଶଙ୍କର ଦାଶଙ୍କୁ ରାଜ୍ୟ ଗୁଇନ୍ଦା ଶାଖା (ଏସ୍‌ଆଇଡବ୍ଲ୍ୟୁ)ର ଡିଆଇଜିଭାବେ ବଦଳି କରାଯାଇଛି। ପୁଲିସ ମୁଖ୍ୟାଳୟରେ ଡିଆଇଜି ଭାବେ ଅବସ୍ଥାପିତ ୨୦୦୯ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ବ୍ରିଜେଶ କୁମାର ରାୟଙ୍କୁ କମିସନରେଟ ପୁଲିସର ଅତିରିକ୍ତ ପୁଲିସ ଆୟୁକ୍ତ ଭାବେ ବଦଳି କରାଯାଇଛି। ଶ୍ରୀ ରାୟ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ ଅନୁଗୋଳରେ ଅବସ୍ଥାପିତ ରହିଥିବା ବେଳେ ସେ ଅନୁଗୋଳ ପିଟିସିର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ। ତାଙ୍କ ପତ୍ନୀଙ୍କ ବିରୋଧରେ ଅଭିଯୋଗ ଆଣି ଜଣେ ମହିଳା ଗୃହରକ୍ଷୀ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିବା ପରେ ଶ୍ରୀ ରାୟ ବିବାଦୀୟ ହୋଇ ପଡ଼ିଥିଲେ। ପରେ ତାଙ୍କୁ କଟକ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା। ସେହିପରି ରାଜ୍ୟ ପ୍ରିଣ୍ଟିଂ, ଷ୍ଟେସନାରୀ ଓ ପବ୍ଲିକେସନ୍ ନିର୍ଦେଶକ ଥିବା ୧୯୯୨ ବ୍ୟାଚ୍‌ର ଆଇପିଏସ୍ ଲଳିତ ଦାସଙ୍କୁ ଅତିରିକ୍ତ ଡିଜିପି ଏଚ୍‌ଆରପିସି (ମାନବାଧିକାର ସୁରକ୍ଷା ସେଲ୍‌)କୁ ବଦଳି କରାଯାଇଛି।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories