www.samajalive.in
Monday, December 15, 2025
26.1 C
Bhubaneswar

‘ଆଇପିଏସ ଦୁର୍ଗା’ ଚଳଚ୍ଚିତ୍ରର ଅଡ଼ିଓ ଲୋକାର୍ପିତ

ଡେସ୍କ: ସୂର୍ଯ୍ୟମୟୀଙ୍କ ପ୍ରଥମ ପୁଲିସ ଅବତାର ଚଳଚ୍ଚିତ୍ର ‘ଆଇପିଏସ ଦୁର୍ଗା’ ଜୀ-ସାର୍ଥକରେ ଆସନ୍ତା ଏପ୍ରିଲ ୨୩ ତାରିଖ ସନ୍ଧ୍ୟା ୬ଟା ୩୦ରେ ମୁକ୍ତିଲାଭ କରିବାକୁ ଯାଉଛି। ଇତି ମଧ୍ୟରେ ବୁଧବାର ଭୁବନେଶ୍ୱରସ୍ଥିତ ଏକ ତାରକା ହୋଟେଲରେ ଏହାର ଅଡ଼ିଓ ଲୋକାର୍ପିତ ହୋଇଯାଇଛି। ଏହି ଅଡ଼ିଓ ଲୋକାର୍ପଣ ଉତ୍ସବରେ ଚଳଚ୍ଚିତ୍ରର ପ୍ରଯୋଜକ ବିଜୟ କାଣ୍ଡୋଇ, ନିର୍ଦ୍ଦେଶକ ରାଜା ଡି., ଲେଖକ ଭାରଦ୍ୱାଜ ପଣ୍ଡା, ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ, ଗୀତିକାର ସୂର୍ଯ୍ୟ ମହାପାତ୍ରଙ୍କ ସମେତ ଜୀ-ସାର୍ଥକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତୀକ ସିଲ, ଜୀ-ସାର୍ଥକ ଫିଲ୍ମସ୍‌ କାର୍ଯ୍ୟନିର୍ବାହୀ ପ୍ରଯୋଜକ ତନ୍ମୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

- Advertisement -

‘ଆଇପିଏସ୍‌ ଦୁର୍ଗା’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ‘ସୂର୍ଯ୍ୟମୟୀ’ ଅପରାଧୀଙ୍କୁ ସାବାଡ଼୍‌ କରିବାକୁ ନେଇଛନ୍ତି ନୂଆ ଅବତାର। ଜଣେ ନିର୍ଭୀକ ମହିଳା ଆଇପିଏସ୍‌ ଅଧିକାରୀଙ୍କୁ ଦେଖି ସହରରେ ଅପରାଧୀମାନଙ୍କ ମଧ୍ୟରେ ସୃଷ୍ଟି ହୁଏ କୋକୁଆ ଭୟ। କିନ୍ତୁ ଅପରାଧୀଙ୍କୁ ଦମନ କରିବାକୁ ଆସିଥିବା ଜଣେ ସଚ୍ଚୋଟ ମହିଳା ଅଧିକାରୀଙ୍କୁ ଦେବାକୁ ପଡେ ବହୁମୂଲ୍ୟ। ନିର୍ଦ୍ଦେଶକ ରାଜା ଡି.ଙ୍କ ଦମଦାର୍ ନିର୍ଦ୍ଦେଶନାରେ ନିର୍ମାଣ ହୋଇଛି ଚଳଚ୍ଚିତ୍ର ‘ଆଇପିଏସ୍‌ ଦୁର୍ଗା’। ଚଳଚ୍ଚିତ୍ରରେ ସୂର୍ଯ୍ୟମୟୀଙ୍କ ବ୍ୟତୀତ ଅଭିନେତା ମହାପ୍ରସାଦ କର ଏବଂ ସୁକାନ୍ତ ରଥଙ୍କୁ ଦେଖିବାକୁ ମିଳିବ। ବିଜୟ କାଣ୍ଡୋଇ ପ୍ରଯୋଜିତ ଏହି ଫିଲ୍ମକୁ ସଙ୍ଗୀତରେ ସଜାଇଛନ୍ତି ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ । ସେହିପରି ଗୀତକୁ ଲେଖିଛନ୍ତି ସୂର୍ଯ୍ୟ ମହାପାତ୍ର । କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡା ଓ ଶଶାଙ୍କ। ଚଳଚ୍ଚିତ୍ରର କାହାଣୀ ରଚନା କରିଛନ୍ତି ଭରଦ୍ୱାଜ ପଣ୍ଡା।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories