www.samajalive.in
Monday, December 8, 2025
20.1 C
Bhubaneswar

ଦେଓଗାଁରେ ୧୨ଘଣ୍ଟିଆ ବନ୍ଦ ପାଳନ

ଦେଓଗାଁ: ସମ୍ବଲପୁରରେ ହୋଇଥିବା ହିଂସା କାଣ୍ଡକୁ ବିରୋଧ କରି ବଲାଙ୍ଗିର ଜିଲ୍ଲାରେ ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ବୁଧବାର ସକାଳ ୬ ଘଟିକାଠାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରାଯାଉଛି। ଏହି ସମୟରେ ଜରୁରୀକାଳୀନ ସେବାକୁ ବାଦ ଦେଇ ବାକି ସମସ୍ତ ଦୋକାନ, ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଯାନବାହାନ ଚଳାଚଳ, ବ୍ୟାଙ୍କ ଆଦି ବନ୍ଦ ରହିଛି । ବନ୍ଦ ପାଳନକୁ ଜନସାଧାରଣ ସମର୍ଥନ ଜଣାଇବାକୁ ଉଭୟ ସଙ୍ଗଠନ ପକ୍ଷରୁ ନିବେଦନ କରାଯାଇଛି। ତେବେ ଆଜି ଦେଓଗାଁ ବ୍ଲକର ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କର୍ମକର୍ତ୍ତାମାନେ ବରଗଡ ବୋରିଗୁମ୍ମା ଜାତୀୟ ରାଜପଥ ୨୬ର ଦେଓଗାଁ ଛକ ନିକଟରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିସହ ସମ୍ପୂର୍ଣ୍ଣ ରାସ୍ତାକୁ ଅବରୋଧ କରିଥିବା ଦେଖିବାକୁ ମିଳିଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories