www.samajalive.in
Friday, December 5, 2025
20.1 C
Bhubaneswar

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଆଇପିଏଲ୍‌ ଆରମ୍ଭ

କଲକାତା : ଇଡେନ୍ ଗାର୍ଡେନ୍‌ସରେ ରଙ୍ଗାରଙ୍ଗ ଉଦ୍‌ଘାଟନ ଉତ୍ସବ ସହ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ ର ବିଗୁଲ୍‌ ବାଜିଛି। ଶନିବାର ସନ୍ଧ୍ୟାରେ ଏହି ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଆକର୍ଷଣ ଥିଲେ ବଲିଉଡ୍‌ ବାଦ୍‌ଶାହା ଶାହରୁଖ୍‌ ଖାଁ। ଘରୋଇ ଦଳ କଲକାତା ନାଇଟ୍‌ ରାଇଡର୍ସର ମାଲିକ ଭାବେ ଶାହ୍‌ରୁଖ୍‌ ଆଇପିଏଲ୍‌ର ୧୮ଶ ସଂସ୍କରଣର ୧୦ଟି ଦଳ ସହ ଖେଳାଳିଙ୍କୁ ସ୍ବାଗତ କରିଥିଲେ। ଗୋଟିଏ ବର୍ଷର ଅପେକ୍ଷା ପରେ ଆଇପିଏଲ୍‌ ଆରମ୍ଭ ହୋଇଛି। ବଲିଉଡ୍‌ର ନାମୀ ଗାୟିକା ଶ୍ରେୟା ଘୋଷାଲ ପ୍ରଥମେ ମଞ୍ଚ ଉପରକୁ ଆସିଥିଲେ। ତାଙ୍କ ମିଠା ସ୍ବରରେ ଶ୍ରେୟା ସମବେତ ୭୦ ହଜାର ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ଭୁଲ୍‌ ଭୁଲେୟାର ‘ଆମି ଜୋ ତୋମାର୍‌’ ଗୀତରୁ ଶ୍ରେୟା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ପରେ ଦିୱାନ୍‌ଗି ଦିୱାନ୍‌ଗି, ଢୋଲ୍‌ ବାଜେ, ମା’ ତୁଝେ ସଲାମ୍‌ ପରି ସୁପରହିଟ୍‌ ଗୀତ ଗାଇ ଶ୍ରେୟା ଘୋଷାଲ ସମସ୍ତଙ୍କ ମନ ଜିଣିିଥିଲେ। ପରେ ବଲିଉଡ୍‌ ନାୟିକା ଦିଶା ପଟ୍‌ନି ଏକ ଲୋକପ୍ରିୟ ସଂଗୀତରେ ନୃତ୍ୟ କରିଥିଲେ। ହେଲେ ତାଙ୍କ ପ୍ରଦର୍ଶନ ବେଳେ ବୈଷୟିକ ତ୍ରୁଟି ଯୋଗୁଁ ସିଧା ପ୍ରସାରଣ କିଛି ମିନିଟ ପାଇଁ ବନ୍ଦ ହୋଇ ଯାଇଥିଲେ। ପରେ ନାମୀ ଗାୟକ ତଥା ରାପର୍ କରଣ ଆୟୁଲ୍ୟା ସଂଗୀତ ପରିବେଷଣ କରିଥିଲେ। ପରେ ଚିତ୍ତାକର୍ଷକ ଲେଜର ସୋ’ ହୋଇଥିଲା। ଏହାପରେ ଏକମାତ୍ର ଖେଳାଳି ଭାବେ ଗୋଟିଏ ଫ୍ରାଞ୍ଚାଇଜି ପାଇଁ ୧୮ଟିଯାକ ସଂସ୍କରଣ ଖେଳିଥିବା ବ୍ୟାଟିଂ ସୁପରଷ୍ଟାର ବିରାଟ କୋହଲିଙ୍କୁ ଶାହ୍‌ରୁଖ ମଞ୍ଚ ଉପରକୁ ଡାକିଥିଲେ। ଦୁହେଁ କିଛି ସମୟ ଆଳାପ କରିଥିଲେ। ରିଙ୍କୁ ସିଂହ ମଧ୍ୟ ମଞ୍ଚ ଉପରକୁ ଆସିଥିଲେ। ପରେ ଶାହ୍‌ରୁଖଙ୍କ ସହ ବିରାଟ ଓ ରିଙ୍କୁ ମଧ୍ୟ ନୃତ୍ୟ କରିଥିଲେ। ଆଇପିଏଲ୍‌ର ୧୮ଶ ସଂସ୍କରଣ ଆରମ୍ଭ ପୂର୍ବରୁ କେକ୍ କଟା ଯାଇଥିଲା। ପରେ କଲକାତା ନାଇଟ୍‌ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ର ଦୁଇ ଅଧିନାୟକ ଅଜିଙ୍କ୍ୟ ରାହାଣେ ଓ ରଜତ ପଟିଦାର ମଧ୍ୟ ମଞ୍ଚ ଉପରକୁ ଆସିଥିଲେ। ବିସିସଆଇ ସଭାପତି ରଜର ବିନ୍ନି, ସମ୍ପାଦକ ଦେବଜିତ ସାଇକିଆ, ଉପସଭାପତି ରାଜୀବ ଶୁକ୍ଳା, ଆଇପିଏଲ୍‌ ଅଧ୍ୟକ୍ଷ ଅରୁଣ ସିଂହ ଧୁମଲ ପ୍ରମୁଖ ମଞ୍ଚ ଉପରକୁ ଆସିଥିଲେ। କଲକାତାରେ ଶନିବାର ଆଇପିଏଲ୍‌ ଆରମ୍ଭ ହୋଇଥିବା ବେ​‌ଳେ ମେ’ ୨୫ରେ ଏହିଠାରେ ହିଁ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ମୋଟ ୭୪ଟି ମ୍ୟାଚ୍‌ ଖେଳାଯିବ। ଗତବର୍ଷ ପରି ଏଥର ମଧ୍ୟ ଦେଶର ୧୩ଟି ସହରରେ ଆଇପିଏଲ୍‌ ଖେଳାଯିବ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories