ଦଶପଲ୍ଲା : ବୌଦ୍ଧ ବନଖଣ୍ଡର ମାଧପୁର ରେଞ୍ଜ ତଳଗାଁ ସେକ୍ସନ ତଥା ବୌଦ୍ଧ ନୟାଗଡ଼ ସୀମାନ୍ତ ଗଣ୍ଡାପାଜୁ ଗ୍ରାମ ନିକଟ ଷଣ୍ଢପଥର ଗ୍ରାମରେ ଏକ ମହାବଳ ବାଘ ଦେଖିବାକୁ ମିଳିଛି। ସୁରଥ ପ୍ରଧାନଙ୍କ କହିବା ପ୍ରକାରେ ବାଣିଗୋଚ୍ଛା କୁସଙ୍ଗ ପୂର୍ତ୍ତ ରାସ୍ତାରେ ଏକ ଅଟୋ ଗଣ୍ଡାପାଜୁ ଗାଁକୁ ଫେରୁଥିଲା। ଷଣ୍ଢପଥର ନିକଟରେ ଅଟୋ ସାମ୍ନାରେ ବାଘଟିଏ ଅତିକ୍ରମ କରିବା ପରେ ଭୟରେ ଅଟୋ ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ। ବନ୍ୟପ୍ରାଣୀ ବନାଞ୍ଚଳ ପଟୁ ମାଧପୁର ରେଞ୍ଜ ମୁଣ୍ଡେଶ୍ୱର ଜଙ୍ଗଲ ପଟକୁ ବାଘଟି ଅତିକ୍ରମ କରିଥିବା କୁହାଯାଉଛି। ତେବେ ବାଘ ଥିବା ଜାଣିବା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ମାଧପୁର ରେଞ୍ଜ ଅଧିକାରୀ ଆସିକ କୁମାର ଦିଗାଲଙ୍କ ନେତୃତ୍ୱରେ ପଶ୍ଚିମାଞ୍ଚଳ ବନ୍ୟପ୍ରାଣୀ ବିଭାଗ ବାଣିଗୋଚ୍ଛାର ମିଳିତ ଦଳ ପହଞ୍ଚି ବାଘର ଗତିବିଧି ଲକ୍ଷ୍ୟ କରୁଛନ୍ତି। ବାଘର ପାଦଚିହ୍ନ ଖୋଜା ଚାଲିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।
Popular Categories



