ଆଇପିଏଲ୍ କ୍ରିକେଟ : ଆଜି ଚେନ୍ନାଇ ଓ କୋଲକତା ମଧ୍ୟରେ ଫାଇନାଲ ମୁକାବିଲା

ଦୁବାଇ : ଆଇପିଏଲ୍ କ୍ରିକେଟର ଫାଇନାଲରେ ଆଜି ଚେନ୍ନାଇ ସୁପରକିଙ୍ଗ୍ସ ଓ କୋଲକତା ନାଇଟ୍ ରାଇଡର୍ସ ମଧ୍ୟରେ ମୁକାବିଲା ହେବ। ଦୁବାଇରେ ଆଜି ସନ୍ଧ୍ୟା ସାଢେ ୭ ଟାବେଳେ ମ୍ୟାଚ ଖେଳାଯିବ । ପ୍ରଥମ ଯୋଗ୍ୟତା ମ୍ୟାଚରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପରକିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲସକୁ ପରାସ୍ତ କରିଥିବା ବେଳେ ଦ୍ୱିତୀୟ ଯୋଗ୍ୟତା ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ’ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଫାଇନାଲକୁ ଉନ୍ନୀତ ହୋଇଛି ।
ପୂର୍ବରୁ ଚେନ୍ନାଇ ସୁପରକିଙ୍ଗସ୍ ତିନିଥର ଟାଇଟଲ ବିଜୟୀ ହୋଇଥିବାବେଳେ କୋଲାକାତା ନାଇଟ୍ ରାଇଡର୍ସ ଦୁଇଥର ଟାଇଟଲ ହାସଲ କରିଛି ।
Comments are closed.