www.samajalive.in
Tuesday, December 9, 2025
23.1 C
Bhubaneswar

ଆଇପିଏଲ୍‍ ୨୦୨୦ ଭାରତ ବାହାରେ ଖେଳାଯିବା ନେଇ ଚର୍ଚ୍ଚା

ମୁମ୍ବଇ : ସାରା ବିଶ୍ୱ ଏକ ମହାମାରୀ କୋଭିଡ୍‍-୧୯ କବଳରେ। ଭାରତରେ ମଧ୍ୟ କରୋନା କାୟାବିସ୍ତାର କରିଚାଲିଛି ଏବଂ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି। ଫଳରେ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍) ଚଳିତବର୍ଷ ଆୟୋଜନ ହେବା ଉପରେ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ବିଶ୍ୱର ଏହି ସବୁଠାରୁ ଧନଶାଳୀ କ୍ରିକେଟ୍‌ ଲିଗ୍‍ର ଆୟୋଜନକୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ତେବେ ବିସିସିଆଇ ପାଇଁ ଆଇପିଏଲ୍‍ ହେଉଛି ସୁନା ଅଣ୍ଡାଦିଆ କୁକୁଡା। ହଜାର ହଜାର କୋଟି ଟଙ୍କାର ଆୟ ବିସିସିଆଇ ଆଇପିଏଲ୍‍ରୁ କରିଥାଏ। ତେଣୁ ଆଇପିଏଲ୍‍ର ୧୩ଶ ସଂସ୍କରଣକୁ ଚଳିତବର୍ଷ ଆୟୋଜନ ପାଇଁ ବିଭିନ୍ନ ବିକଳ୍ପ ଉପରେ ବିସିସିସିଆଇ ଆଲୋଚନା କରୁଛି। ଏହି ବିକଳ୍ପଙ୍କ ମଧ୍ୟରେ ପ୍ରମୁଖ ହେଉଛି ଆଇପିଏଲ୍‍-୨୦୨୦କୁ ବିଦେଶରେ ଆୟୋଜନ କରିବା।
ବିଶ୍ୱର ସବୁଠାରୁ ଧନଶାଳୀ କ୍ରିକେଟ୍‌ ବୋର୍ଡ ବିସିସିଆଇ ମଧ୍ୟସ୍ଥ ଏକ ସୂତ୍ରରୁ ପ୍ରକାଶ ଯେ ଆଇପିଏଲ୍‍-୨୦୨୦ ଭାରତରେ ଏବଂ ବିଦେଶରେ ଆୟୋଜନ ହେବାର ସମ୍ଭାବନାର ଅନୁପାତ ହେଉଛି ୩:୨। ବୋର୍ଡର ୬୦ ପ୍ରତିଶତ ନିଷ୍ପତ୍ତି ଗ୍ରହଣକାରୀ ଏହାକୁ ଭାରତରେ ଆୟୋଜନ କରିବାକୁ ଚାହୁଁଥିବା ବେଳେ ୪୦ ପ୍ରତିଶତ ବିଦେଶକୁ ନେବାକୁ ଚାହାନ୍ତି। ଉକ୍ତ ସୂତ୍ର ଅନୁସାରେ, ଭାରତରେ ଆଇପିଏଲ୍‍ ଆୟୋଜନ କରିବାକୁ ଚାହୁଁଥିବା ବିସିସିଆଇ ଅଧିକାରୀ ଆଶା ରଖିଛନ୍ତି ଯେ ସେପ୍ଟେମ୍ବର ସୁଦ୍ଧା ଦେଶ କରୋନାମୁକ୍ତ ହୋଇ ସାରିଥିବ। ତେବେ ବାକି ୪୦ ପ୍ରତିଶତ ଭାବୁଛନ୍ତି ଯେ ୨୦୨୦ରେ ଦେଶ କରୋନାମୁକ୍ତ ହେବାର ସମ୍ଭାବନା କମ୍‍। ତେଣୁ ଆଇପିଏଲ୍‍-୨୦୨୦କୁ ବାତିଲ ନ କରି ଏହାକୁ କରୋନାମୁକ୍ତ କୌଣସି ବାହାର ଦେଶରେ ଆୟୋଜନ କରିବା ବୁଦ୍ଧିମାନର କାର୍ଯ୍ୟ ହେବ। ଭାରତରେ ଆଇପିଏଲ୍‍ ଆୟୋଜନ କରିବାକୁ ଚାହୁଁଥିବା ବିସିସିଆଇ ମଧ୍ୟସ୍ଥ କର୍ମକର୍ତ୍ତାଙ୍କ ଯୁକ୍ତି ହେଉଛି ବିଦେଶକୁ ଏହି ଟୁର୍ଣ୍ଣାମେଣ୍ଟ ନେଇଗଲେ ବୋର୍ଡର ରାଜସ୍ୱ ହ୍ରାସପାଇବ ନିଶ୍ଚୟ। ପୁଣି ଖେଳାଳିଙ୍କୁ ଉକ୍ତଦେଶର କରୋନା ନିର୍ଦେଶାବଳୀ ପାଳନ କରିବାକୁ ପଡ଼ିବ। ତେଣୁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବହୁତ ବିଚାର ଆଲୋଚନା କରିବାକୁ ପଡ଼ିବ। ଆଇପିଏଲ୍‍ ଆୟୋଜନ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ଆମକୁ କିଛିମାସ ଅପେକ୍ଷା କରିବାକୁ ପଡ଼ିବ। ଖେଳାଳି ଏବଂ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନରେ ସମ୍ପୃକ୍ତଙ୍କ ନିରାପତ୍ତା ଆମର ପ୍ରାଥମିକତା ରହିବ। ଆମଦେଶରେ କୋଭିଡ୍‍-୧୯ ପରିସ୍ଥିତିରେ ଉନ୍ନତି ଆସିବା ନେଇ ଆମେ ଆଶାବାଦୀ। ଏକ ଫ୍ରାଞ୍ଚାଇଜିର ଅଧିକାରୀ କହିଛନ୍ତି, ଭାରତରେ ଆଇପିଏଲ୍‍-୨୦୨୦ ଆୟୋଜନ ହେଲେ କେବଳ ବିଶ୍ୱକୁ ନୁହେଁ; ଭାରତୀୟ ଜନତାଙ୍କୁ ଏକ ଆସ୍ତିସୂଚକ ବାର୍ତ୍ତା ମିଳିବ ଯେ ପରିସ୍ଥିତି ସାମାନ୍ୟ ହେବାରେ ଲାଗିଛି। ପୁଣି ବିଦେଶରେ ଆଇପିଏଲ୍‍ ଆୟୋଜନ ହେଲେ କେବଳ ବିସିସିଆଇର ନୁହେଁ; ଫ୍ରାଞ୍ଚାଇଜିମାନଙ୍କର ଖର୍ଚ୍ଚ ବହୁତ ବଢ଼ିଯିବ। ତେଣୁ ଭାରତରେ ଆଇପିଏଲ୍‍ ଆୟୋଜନ କରିବାର ପ୍ରୟାସ କରାଯାଉ।
ସୂଚନାଯୋଗ୍ୟ; ସାରାବିଶ୍ୱର କ୍ରିକେଟର୍‍ ଚଳିତବର୍ଷର ଆଇପିଏଲ୍‍ରେ ଖେଳିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ପୁଣି ଚଳିତବର୍ଷ ଅଷ୍ଟ୍ରେଲିଆରେ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ଆସନ୍ତାବର୍ଷକୁ ଘୁଞ୍ଚିବା ନିଶ୍ଚିତ। ଆସନ୍ତା ୧୦ରେ ଏଥିନେଇ ଚୂଡ଼ାନ୍ତ ନିଷ୍ପତ୍ତି ଆଇସିସି ନେଇପାରେ। ତେଣୁ ଅକ୍ଟୋବର-ନଭେମ୍ବରରେ ଖାଲି ସମୟରେ ଆଇପିଏଲ୍‍ ଆୟୋଜନ ପାଇଁ ବିସିସିଆଇ ଯୋଜନା ରଖିଛି। ଖେଳାଳିମାନେ ବି ଚାହାନ୍ତି ଯେ ଆଇପିଏଲ୍‍ ଖେଳି ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ୍‌କୁ ଫେରିବା ପାଇଁ ଆନ୍ତର୍ଜାତିକ ଖେଳାଳି ଆଶା ରଖିଛନ୍ତି। ତେବେ ବିସିସିଆଇର ୪୦ ପ୍ରତିଶତଙ୍କ କହିବା ଅନୁସାରେ, ଭାରତରେ ଆଇପିଏଲ୍‍ ଆୟୋଜନର ସମସ୍ତ ବିକଳ୍ପ ବନ୍ଦ ହୋଇଗଲେ ବିଦେଶରେ ଏହି ଟ୍ୱେଣ୍ଟି୨୦ ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିବାକୁ ସେମାନେ ଚାହାନ୍ତି। କାରଣ ସେମାନଙ୍କର ଯୁକ୍ତିହେଲା, ଆଇପିଏଲ୍‍ର ୧୩ଶ ସଂସ୍କରଣକୁ ସମ୍ପୂର୍ଣ୍ଣ ବାତିଲ କରିଦେବା ଅପେକ୍ଷା ଏହାକୁ ବିଦେଶରେ ଆୟୋଜନ କରିବା ନିଶ୍ଚୟ ବୁଦ୍ଧିମାନର ନିଷ୍ପତ୍ତି। ସୂଚନାଯୋଗ୍ୟ; ଆଇପିଏଲ୍‍ ଆୟୋଜନ ପାଇଁ ପ୍ରସ୍ତୁତ ଅଛି ବୋଲି ନିକଟରେ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ବିସିସଆଇକୁ ପ୍ରସ୍ତାବ ଦେଇଛି।

Hot this week

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

Related Articles

Popular Categories