nua o banner

ଆଇପିଏଲ୍‌ରେ ୱାର୍ଣ୍ଣରଙ୍କ ବିରଳ ରେକର୍ଡ

BJD Bijuli 480×75 Mob

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଓପନିଂ ବ୍ୟାଟସମ୍ୟାନ ଡେଭିଡ ୱାର୍ଣ୍ଣର ଆଇପିଏଲରେ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି। ସନରାଇଜର୍ସ ହାଇଦରାବାଦକୁ ପ୍ରତିନିଧିତ୍ବ କରୁଥିବା ୱାର୍ଣ୍ଣର ୨ଟି ଫ୍ରାଞ୍ଚାଇଜି ବିପକ୍ଷରେ କ୍ରମାଗତ ୭ଟି ଅର୍ଦ୍ଧଶତକ ଅର୍ଜନ କରିବାର ସୌଭାଗ୍ୟଲାଭ କରିଛନ୍ତି। ସୋମବାର କିଙ୍ଗ୍‌ସ ଏକାଦଶ ପଞ୍ଜାବ ବିପକ୍ଷରେ ୱାର୍ଣ୍ଣର ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ। ଏହାକୁ ମିଶାଇ ୱାର୍ଣ୍ଣର ଦୁଇଟି ଫ୍ରାଞ୍ଚାଇଜି ଯଥା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କିଙ୍ଗ୍‌ସ ଏକାଦଶ ପଞ୍ଜାବ ବିପକ୍ଷରେ କ୍ରମାଗତ ୭ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ୱାର୍ଣ୍ଣର ୨୦୧୪ରୁ ୨୦୧୬ ମଧ୍ୟରେ ଆରସିବି ବିପକ୍ଷରେ ଓ ୨୦୧୫ରୁ ୨୦୧୯ ମଧ୍ୟରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ବିପକ୍ଷରେ କ୍ରମାଗତ ୭ଟି ଲେଖାଏଁ ଅର୍ଦ୍ଧଶତକ ସ୍କୋର କରିଛନ୍ତି। ଆଇପିଏଲରେ ଏଭଳି କୃତିତ୍ବ ଅର୍ଜନ କରିବାରେ ୱାର୍ଣ୍ଣର ହେଉଛନ୍ତି ପ୍ରଥମ ଖେଳାଳି।

Comments are closed.