mission shakti banner

ଆଇପିଏଲ୍‍ରେ ଡିଆର୍‍ଏସ୍‍ ଲାଗୁହେବ

BSKY banner  750×100
0

ନୂଆଦିଲ୍ଲୀ, : ଏପ୍ରିଲ ୭ରୁ ଆରମ୍ଭ ହେଉଛି ବିଶ୍ୱର ସବୁଠାରୁ ଧନଶାଳୀ ପେସାଦାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)। ଟୁର୍ଣ୍ଣାମେଣ୍ଟର ୧୧ଶ ସଂସ୍କରଣରେ ପ୍ରଥମଥର ପାଇଁ ଡିସିସନ୍‍ ରିଭ୍ୟୁ ସିଷ୍ଟମ୍‍ (ଡିଆର୍‍ଏସ୍‍) ଲାଗୁ କରାଯିବ ବୋଲି ଆଇପିଏଲ୍‍ ଅଧ୍ୟକ୍ଷ ରାଜୀବ ଶୁକ୍ଳା ବୁଧବାର ପ୍ରକାଶ କରିଛନ୍ତି। ଫଳରେ ପାକିସ୍ତାନ ସୁପର ଲିଗ୍‍ (ପିଏସ୍‍ଏଲ୍‍) ପରେ ୨ୟ ଟ୍ୱେଣ୍ଟି୨୦ ଲିଗ୍‍ ଭାବେ ଆଇପିଏଲ୍‍ରେ ଡିଆର୍‍ଏସ୍‍ ଲାଗୁ କରାଯାଉଛି। ସୂଚନାଯୋଗ୍ୟ; ଆରମ୍ଭରୁ ବିସିସିଆଇ ଡିଆର୍‍ଏସ୍‍କୁ ବିରୋଧ କରି ଆସୁଥିଲା। ତେବେ ୨୦୧୬ରେ ଭାରତର ଇଂଲଣ୍ଡ ଗସ୍ତରେ ପ୍ରଥମଥର ପାଇଁ ଡିଆର୍‍ଏସ୍‍କୁ ଗ୍ରହଣ କରିଥିଲା ଭାରତ। ଏହା ପରଠାରୁ ଭାରତ ଡିଆର୍‍ଏସ୍‍କୁ ଗ୍ରହଣ କରିଆସୁଛି।

Leave A Reply