www.samajalive.in
Saturday, December 13, 2025
27.1 C
Bhubaneswar

କୋର୍ଟରେ ଚିଦାମ୍ବରମ – ସିବିଆଇର ୫ଦିନ ରିମାଣ୍ଡ ଦାବି

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡ଼ିଆ ମାମଲାରେ ବୁଧବାର ରାତିରେ ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଗୁରୁବାର ସିବିଆଇ କୋର୍ଟରେ ହାଜର କରାଯାଇଛି। ଉଭୟ ସିବିଆଇ ଏବଂ ଚିଦାମ୍ବରମଙ୍କ ଓକିଲ ଜବାବ ସୁଆଲ କରିଛନ୍ତି। ସରକାରୀ ଓକିଲ ତୁଷାର ମେହେଟା ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଦ୍ୱାରା ଜାମିନ ଖାରଜ ସଂକ୍ରାନ୍ତ ଦଲିଲ ଉପସ୍ଥାପନ କରି କହିଛନ୍ତି ଯେ ଚିଦାମ୍ବରମଙ୍କୁ ୫ଦିନ ପାଇଁ ସିବିଆଇ ହାଜତକୁ ପଠାଗଲେ ଅନେକ ତଥ୍ୟ ଲୋକଲୋଚନକୁ ଆସି ପାରିବ। ମେହେଟା ଅଦାଲତ ସମ୍ମୁଖରେ କହିଛନ୍ତି, ଗମ୍ଭୀର ଅପରାଧ ହୋଇଛି ତେଣୁ ଆବଶ୍ୟକ ତଥ୍ୟ ହାସଲ କରିବା ପାଇଁ ଚିଦାମ୍ବରମଙ୍କୁ ପଚରାଉଚୁରା ଜରୁରୀ ଅଟେ। ଅନ୍ୟପକ୍ଷରେ ଆଜି ଚିଦାମ୍ବରମଙ୍କୁ ସିବିଆଇ ମୁଖ୍ୟାଳୟରେ ଜେରା କରାଯାଇଥିଲା ଓ ଅପରାହ୍ନ ୨ଟାରେ ତାଙ୍କୁ ସିବିଆଇ କୋର୍ଟରେ ହାଜର କରାଯାଇଛି।

ସୂଚନାଯୋଗ୍ୟ ବୁଧବାର ରାତିରେ ନୂଆଦିଲ୍ଲୀର ଜୋରବାଗ୍‍ ସ୍ଥିତ ତାଙ୍କ ବାସଭବନରୁ ସିବିଆଇ ତାଙ୍କୁ ଗିରଫ୍‍ କରିଥିଲା। ଗିରଫ କରାଯିବା ପରେ ତାଙ୍କୁ ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ ପଚରାଉଚୁରା କରାଯାଇଥିଲା। ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମଙ୍କ ଆଗୁଆ ଜାମିନ୍‍ ଆବେଦନକୁ ଗତ ମଙ୍ଗଳବାର ଦିନ ଖାରଜ କରିବା ପରେ ସିବିଆଇ ତାଙ୍କୁ ଖୋଜୁଥିଲା। ଗିରଫ୍‍ରୁ ସୁରକ୍ଷା ଲୋଡ଼ି ୭୩ ବର୍ଷ ବୟସ୍କ ଚିଦାମ୍ବରମ୍‍ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ତାଙ୍କ ଆବେଦନ ଉପରେ ବୁଧବାର ତୁରନ୍ତ ଶୁଣାଣି ପାଇଁ ସୁପ୍ରିମକୋର୍ଟ ମନା କରିଥିଲେ।

- Advertisement -

ଗତକାଲି ସନ୍ଧ୍ୟାରେ ସେ କଂଗ୍ରେସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଘରକୁ ଫେରିବା ପରେ ତାଙ୍କୁ ଗିରଫ୍‍ କରାଯାଇଥିଲା । ଚିଦମ୍ବରମ୍‍ ଅର୍ଥମନ୍ତ୍ରୀ ଥିଲାବେଳେ ଆଇଏନ୍‍ଏକ୍ସ ମିଡିଆ ଗ୍ରୁପ୍‍ ପାଇଁ ବିଦେଶୀ ପୁଞ୍ଜିନିବେଶ ଅନୁମତି ଦେବା କ୍ଷେତ୍ରରେ ଦୁର୍ନୀତି ସଂକ୍ରାନ୍ତରେ ତାଙ୍କୁ ହାଜତରେ ରଖି ଜେରା କରିବାକୁ ସିବିଆଇ କୋର୍ଟରେ ଆବେଦନ କରିଥିଲା। ଗତବର୍ଷ ଜେରା ପାଇଁ ଚିଦମ୍ବରମଙ୍କୁ ଡକାଯାଇଥିଲା କିନ୍ତୁ ସେ ବୟାନ ରେକର୍ଡ ସକାଶେ ଆସିନଥିଲେ ବୋଲି ସିବିଆଇ କହିଛି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories