www.samajalive.in
Thursday, December 11, 2025
16.1 C
Bhubaneswar

ସ୍ବାମୀକୁ ୧୧ଥର ଛୁରି ଭୁଷି, ଗଳା କାଟି ହତ୍ୟା କଲା ସ୍ତ୍ରୀ

ମୁମ୍ବାଇ: ମୁମ୍ବାଇର ନାଲାସୋପାରା ଅଞ୍ଚଳରେ ଜଣେ ୩୬ ବର୍ଷୀୟ ବ୍ୟକ୍ତିଙ୍କୁ ତାଙ୍କ ପତ୍ନୀ ୧୧ଥର ଛୁରି ଭୁଷି ହତ୍ୟା କରିଥିବା ଅଭିଯୋଗ ହୋଇଛି । ପ୍ରଥମେ ମହିଳା ଜଣଙ୍କ ଏହାକୁ ଆତ୍ମହତ୍ୟା ରୂପ ଦେଇଥିଲେ ମଧ୍ୟ ପରେ ଧରା ପଡିଯାଇଥିଲେ । ମୃତକ ହେଲେ ସୁନୀଲ କଦମ ଏବଂ ଅଭିଯୁକ୍ତ ପତ୍ନୀ ହେଲେ ପ୍ରଣାଳୀ ।

ପୁଲିସ ସୂଚନା ଅନୁଯାୟୀ, ସୁନୀଲ ପିତା, ମାତା, ପତ୍ନୀ ଓ ଦୁଇ ଜଣ ଝିଅ ସହ ନାଲାସୋପାରାରେ ରହୁଥିଲେ । କୌଣସି କଥାକୁ ନେଇ ବୁଧବାର ସକାଳ ୫ଟା ସମୟରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହା ପରେ ସୁନୀଲ ଶୋଇବାକୁ ଚାଲିଯାଇଥିଲେ ଏବଂ ପ୍ରଣାଳୀ ପାଣି ପିଇବା ବାହାନରେ ରୋଷେଇ ଘରକୁ ଚାଲି ଥିଲେ । କିନ୍ତୁ ପାଣି ପିଇ ଶାନ୍ତ ହୋଇ ନଥିଲେ ପ୍ରଣାଳୀ । ନିଜର ହିତାହିତ ଜ୍ଞାନ ହରାଇ ବସିଥିଲେ । ପରେ ରୋଷେଇ ଘରୁ ଏକ ଛୁରି ଆଣି ସ୍ବାମୀଙ୍କୁ ଆକ୍ରମଣ କରିଥିଲେ । ଥରେ ନୁହେଁ କି ଦୁଇ ଥର ନୁହେଁ ପ୍ରାୟ ୧୧ ଥର ସ୍ବାମୀଙ୍କୁ ଛୁରା ମାଡ କରିଥିଲେ । ସେତିକିରେ ରାଗ ଶାନ୍ତ ହୋଇନଥିଲା। ଏହା ପରେ ପ୍ରଣାଳୀ ତାଙ୍କ ସ୍ବାମୀଙ୍କ ଗଳା କାଟି ହତ୍ୟା କରିଥିଲେ । ପରେ ଲିଭିଙ୍ଗ ରୁମରେ ଶୋଇଥିବା ଶାଶୁ, ଶ୍ବଶୁର ଏବଂ ଦୁଇ ଝିଅଙ୍କ ପାଖରେ ଶୋଇପଡିଥିଲେ । ସମସ୍ତେ ଉଠିଲା ପରେ ସୁନୀଲ ଆତ୍ମହତ୍ୟା କରିଛନ୍ତି ବୋଲି ପ୍ରଣାଳୀ କହିଥିଲେ ।

- Advertisement -

କିନ୍ତୁ ସୁନୀଲଙ୍କ ପିତା ଆନନ୍ଦ କଦମ୍‌ (୬୩) ବୋହୂର ଏହି କଥାକୁ ସହଜରେ ହଜମ କରିପାରିନଥିଲେ । ସେ ତୁଲିଂଜ ଥାନାରେ ଏତଲା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ସୁନୀଲର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ପ୍ରଣାଳୀକୁ ଜେରା କରିବା ଆରମ୍ଭ କରିଥିଲେ । ପ୍ରଥମେ ପ୍ରଣାଳୀ ହତ୍ୟାକାଣ୍ଡକୁ ସହଜରେ ସ୍ବୀକାର କରିନଥିଲେ କିନ୍ତୁ ପରେ ପୁଲିସ ସମ୍ମୁଖରେ ସବୁ ମାନି ଯାଇଥିଲେ । ସୁନୀଲଙ୍କ ଅନ୍ୟ ମହିଳାଙ୍କ ସହ ଅନୈତିକ ସଂପର୍କ ଥିବାରୁ ସେ ଉତକ୍ଷିପ୍ତ ହୋଇ ଏଭଳି କାଣ୍ଡ ଘଟାଇଛନ୍ତି ବୋଲି ପ୍ରଣାଳୀ ସ୍ବୀକାର କରିଥିଲେ ।

ସୂଚନାଯୋଗ୍ୟ, ପ୍ରଣାଳୀ ଓ ସୁନୀଲ ଅନ୍ଧେରୀରେ ଥିବା ଏକ କମ୍ପାନୀରେ ଆକାଉଣ୍ଟ ଏଗ୍‌ଜିକ୍ୟୁଟିଭ ଭାବରେ କାର୍ଯ୍ୟ କରୁଥିଲେ । ୨୦୧୧ରେ ଉଭୟ ପ୍ରେମ ବିବାହ କରିଥିଲେ । ସେମାନଙ୍କର ଦୁଇଟି ଝିଅ ଅଛନ୍ତି ।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories