ମୁମ୍ବଇ: ଅନୀଲ କପୁରଙ୍କ ଲାଡଲୀ ତଥା ବଲିଉଡର ଜଣାଶୁଣା ନାୟିକା ସୋନମ୍ କପୁରଙ୍କ ଆଗାମୀ ଚଳଚ୍ଚିତ୍ର ‘ଦ ଜୋୟା ଫ୍ୟାକ୍ଟର’ ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। ନିକଟରେ ଏହାର ଫାଷ୍ଟ ଲୁକ୍ ରିଲିଜ୍ ହୋଇଥିବାବେଳେ ବୁଧବାର ସୋନମ୍ କପୁର ଏହାର ମୋଶନ୍ ପୋଷ୍ଟର ସାମାଜିକ ଗଣାଧ୍ୟମରେ ଶେୟାର କରିଛନ୍ତି। ଏହି ଚଳଚ୍ଚିତ୍ରର କାହାଣୀ ଅନୁଜା ଚୌହାନଙ୍କ ଉପନ୍ୟାସ ‘ଦ ଜୋୟା ଫ୍ୟାକ୍ଟର’ ଉପରେ ଆଧାରିତ। ଫକ୍ସ ଷ୍ଟାର ଷ୍ଟୁଡିଓ ବ୍ୟାନରରେ ନିର୍ମାଣ ହେଉଥିବା ଏହି ଚଳଚ୍ଚିତ୍ରରେ ଅଭିଶେକ ଶର୍ମା ନିର୍ଦ୍ଦେଶନା ଭାର ବହନ କରିଥିବା ବେଳେ ଅମୀତ ତ୍ରିବେଦୀଙ୍କର ସଙ୍ଗୀତରେ ଚଳଚ୍ଚିତ୍ରର ଗୀତ ଗୁଡିକ ନିର୍ମାଣ ହୋଇଛି। ସୋନମଙ୍କ ବ୍ୟତୀତ ଦଲକ୍ୟୁର ସଲମାନ, ସଞ୍ଜୟ କପୁର, ଶିକନ୍ଦର ଖେର, ଅଭିଳାଷ ଚୌଦ୍ଧୁରୀଙ୍କ ଭଳି କଳାକାର ଏହି ଚଳଚ୍ଚିତ୍ରରେ ଅଭିନୟ କରୁଥିବା ନଜର ଆସିବେ।
Popular Categories



