ଚିଦମ୍ବରମ୍ଙ୍କ ବିରୋଧରେ ତଦନ୍ତ ପାଇଁ ୫ ରାଷ୍ଟ୍ରର ସହଯୋଗ ଲୋଡିଲା ସିବିଆଇ
ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ୍ ଓ ତାଙ୍କ ପୁଅ କାର୍ତ୍ତୀ ଚିଦମ୍ବରମ୍ଙ୍କ ବିରୋଧରେ ସିବିଆଇ ଏହାର ତଦନ୍ତକୁ ବ୍ୟାପକ କରିଛି। ଚିଦମ୍ବରମ୍ ପରିବାର ବିରୋଧରେ ଆବଶ୍ୟକ ପ୍ରମାଣ ଯୋଗାଡ କରିବା ଲାଗି ୫ଟି ରାଷ୍ଟ୍ର ସିବିଆଇ ବ୍ରିଟେନ, ସ୍ବିଜରଲ୍ୟାଣ୍ଡ, ବରମୁଡା, ମରିସସ୍ ଓ ସିଙ୍ଗାପୁରର ସହଯୋଗ ଲୋଡିଛି। ଏହି ସବୁ ଦେଶରେ ରହିଥିବା ବିଭିନ୍ନ କମ୍ପାନୀଙ୍କ ଠାରୁ ସିବିଆଇ ତଥ୍ୟ ଲୋଡିଛି। ଚିଦମ୍ବରମଙ୍କ ନାମରେ ଥିବା ଜାଲ୍ କମ୍ପାନୀ ଓ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କରେ ମଧ୍ୟ ତଥ୍ୟ ଲୋଡିଛି। ତଦନ୍ତରେ ସହଯୋଗ ପାଇଁ ସିବିଆଇ ଏହି ସବୁ ଦେଶକୁ ବିଧିବଦ୍ଧ ଅନୁରୋଧ ପତ୍ର (ଏଲଆର) ପଠାଇଛି। ଆଇଏନଏକ୍ସ ଦୁର୍ନୀତି ମାମଲାରେ ବୁଧବାର ସିବିଆଇ ଚିଦମ୍ବରମ୍ଙ୍କୁ ଗିରଫ କରିଥିଲା।
Comments are closed.