www.samajalive.in
Monday, December 15, 2025
15.1 C
Bhubaneswar

ବଧିରଙ୍କ ଭାଷା ବୁଝିବା ପାଇଁ ସମସ୍ତେ ସାଙ୍କେତିକ ଭାଷା ଶିଖିବା ଜରୁରୀ

ଭୁବନେଶ୍ୱର: ଓଡ଼ିଶା ବଧିର ସଂଘ ତରଫରୁ ନର୍ସରୀ ବଧିର ବିଦ୍ୟାଳୟରେ ୬୫ତମ ବିଶ୍ୱ ବଧିର ଦିବସ ଓ ୪୪ତମ ଓଡ଼ିଶା ବଧିର ସଂଘର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ରିଲ୍ ଲିଃ ଚିଫ୍ ପ୍ରୋଗ୍ରାମ ମ୍ୟାନେଜର ବିଜୟ କୁମାର ମହାନ୍ତି ଯୋଗ ଦେଇ ବଧିର ଛାତ୍ରଛାତ୍ରୀଙ୍କ ଭାଷା ବୁଝିବା ପାଇଁ ସମସ୍ତେ ସାଙ୍କେତିକ ଭାଷା ଶିଖିବା ଜରୁରୀ ବୋଲି ପ୍ରକାଶ କରିଥିଲେ। ଆମେ ସମସ୍ତେ ସାଙ୍କେତିକ ଭାଷା ଶିକ୍ଷିବା ଦରକାର, କାରଣ ସାଙ୍କେତିକ ଭାଷା ଶିକ୍ଷିଲେ ବଧିରମାନଙ୍କ ସହିତ ଯୋଗାଯୋଗ ବା ସେମାନଙ୍କ ଭାଷା ବୁଝି ପାରିବା ଏବଂ ସେମାନଙ୍କୁ ସାହାଯ୍ୟ, ସହଯୋଗ ଓ ସହାୟତା ପ୍ରଦାନ କରିପାରିବା ବୋଲି ମୁଖ୍ୟଅତିଥି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ। ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ପାଠ ପଢ଼ିବା ସହିତ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ବାନ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଓଏଡ଼ିର ପ୍ରତିଷ୍ଠାତା ବିଜୟ କୁମା ପରିଡ଼ା, ସଭାପତି ଶିବ ନାରାୟଣ ବହିଦାର, ଓଏଡ଼ିର ଜିତୁ ନନ୍ଦ, ନିରଞ୍ଜନ ଯୋଶୀ, ରାଜେଶ ନାୟକ, ଯୋଗେଶ କୁମାର ବହିରଦାର, ରାଜା ମିଶ୍ର, ଅସିତ୍ ମିଶ୍ର, କୃଷ୍ଣ ଚନ୍ଦ୍ର ରଣବିଜୁଳି ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ମାଆ ଶକ୍ତି ହସ୍ପିଟାଲର କର୍ମଚାରୀମାନେ ଯୋଗଦେଇଥିଲେ।
ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଖେଳ ଓ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା। ଅତିଥିମାନେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ ପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories