www.samajalive.in
Wednesday, December 10, 2025
16.1 C
Bhubaneswar

ପାକିସ୍ତାନକୁ ଚୀନ୍‌ର ଋଣ, ଚିନ୍ତାରେ ଆମେରିକା

ୱାଶିଂଟନ: ପାକିସ୍ତାନର ଆର୍ଥିକ ସ୍ଥିତି ଶୋଚନୀୟ ହୋଇପଡ଼ିଥିବା ବେଳେ ସେଠାରେ ନିିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦାମ୍‌ ଆଶାତୀତ ଭାବେ ବଢ଼ିଯାଇଛି। ଆର୍ଥିକ ଦୁର୍ଗତିରୁ ମୁକ୍ତି ପାଇବାକୁ ପାକିସ୍ତାନ ସରକାର ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥା ଠାରୁ ଋଣ ପାଇବାକୁ ଚେଷ୍ଟା ଜାରି ରଖିଛନ୍ତି। ଇତିମଧ୍ୟରେ ଚୀନ୍ ଡେଭଲପମେଣ୍ଟ ବ୍ୟାଙ୍କ ପାକିସ୍ତାନକୁ ୭୦୦ ନିୟୁତ ଡଲାର ଋଣ ପ୍ରଦାନ କରିଛି।

ଚୀନ୍‌ ତରଫରୁ ପାକିସ୍ତାନକୁ ଋଣ ପ୍ରଦାନ କରାଯାଇଥିବା ବେଳେ ଏହାକୁ ନେଇ ଚିନ୍ତାବ୍ୟକ୍ତ କରିଛି ଆମେରିକା। ଚୀନ୍‌ ପ୍ରଦତ୍ତ ଋଣର ଆଗାମୀ ଦିନରେ ପାକିସ୍ତାନ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଆମେରିକା ବୈଦେଶିକ ବିଭାଗର ସହକାରୀ ସଚିବ ଡୋନାଲ୍‌ଡ ଲୁ କହିଛନ୍ତି। ଋଣ ସହ ସୁଧ ଅସୁଲ ପାଇଁ ଚୀନ୍‌ ତରଫରୁ ପାକିସ୍ତାନର କେତେକ ପ୍ରତିଷ୍ଠାନକୁ ନିଜ ନିୟନ୍ତ୍ରଣକୁ ନିଆଯାଇ ପାରେ ବୋଲି ସେ କହିଛନ୍ତି। ଏପରି ହେଲେ ଆଗାମୀ ଦିନରେ ପାକିସ୍ତାନ ଉପରେ ଚୀନ୍‌ର କର୍ତ୍ତୃତ୍ବ ଅଧିକ ବଢ଼ିବାର ସମ୍ଭାବନା ରହିଥିବା ସେ ଦର୍ଶାଇଛନ୍ତି। ଆସନ୍ତା ମାର୍ଚ୍ଚ ୧ରୁ ୩ ପର୍ଯ୍ୟନ୍ତ ଆମେରିକା ବୈଦେଶିକ ବିଭାଗର ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏ ସମ୍ପର୍କରେ ମତ ଦେଇ ଲୁ କହିଥିଲେ ଭାରତ ସହ ସମ୍ପର୍କକୁ ଅଧିକ ମଜଭୁତ୍‌ କରିବା ପାଇଁ ଆମେରିକାର ପ୍ରତିନିଧିମଣ୍ଡଳୀ ସେଠାକୁ ଯାଉଛନ୍ତି। ଭାରତ ଉପମହାଦେଶ ଅଞ୍ଚଳରେ ଥିବା ସମସ୍ତ ଦେଶ ଯେପରି ଆତ୍ମନିର୍ଭରଶୀଳ ହେବେ ଏବଂ ପ୍ରତି କ୍ଷେତ୍ରରେ ଚୀନ୍‌ ଉପରେ ନିର୍ଭରଶୀଳ ନ ହୋଇ ନିଜସ୍ବ ନିଷ୍ପତ୍ତି ନେଇପାରିବେ ତାହା ନିଶ୍ଚିତ କରାଯିବା ନିହାତି ଆବଶ୍ୟକ।

- Advertisement -

ସେହିପରି ଚୀନ୍‌ ସହ ଆମେରିକାର ସମ୍ପର୍କ ନେଇ ମତ ଦେଇ ଲୁ କହିଥି​‌େ​‌ଲ ଆମେରିକା ଓ ଚୀନ୍‌ ଅଧିକାରୀଙ୍କ ମଧ୍ୟରେ ମତ ବିନିମୟ ଜାରି ରହିଥିଲା। ତେବେ ଚୀନ୍‌ରୁ ଗୁଇନ୍ଦା ବେଲୁନ୍‌କୁ ଆମେରିକା ଖସାଇବା ପରେ ପରିସ୍ଥିତି କିଛିଟା ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା। ତେବେ ଆଗାମୀ ଦିନରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ପୂର୍ବପରି ଜାରି ରହିବ ବୋଲି ଆଶା କରାଯାଉଛି। ଭାରତ ସହ ରୁଷିଆର ସାମରିକ ସମ୍ପର୍କ ନେଇ ମତ ଦେଇ ଲୁ କହିଥିଲେ ଏହି ଦୁଇ ଦେଶ ମଧ୍ୟରେ ସମ୍ପର୍କ ବେଶ୍ ପୁରୁଣା। ଭାରତ ଅନେକ ସମୟରେ ରୁଷ୍‌ ନିକଟରୁ ଯୁଦ୍ଧ ସରଞ୍ଜାମ କିଣିଥାଏ। ତେବେ ବର୍ତ୍ତମାନ ୟୁକ୍ରେନ୍‌ ସହ ରୁଷ୍‌ର ଯୁଦ୍ଧ ଚାଲିିଥିବାରୁ ଭାରତ ପୂର୍ବରୁ ଯେଉଁ ଯୁଦ୍ଧାସ୍ତ୍ର କିଣିବାକୁ ଚୁକ୍ତି କରିଥିଲା ତାହା ମିଳିବାରେ ବିଳମ୍ବ ହେଉଛି।

ୟୁକ୍ରେନ୍‌ ଉପରେ ଆକ୍ରମଣ ବନ୍ଦ କରିବାକୁ ଭାରତ ତରଫରୁ ବହୁବାର ରୁଷ୍‌କୁ କୁହାଯାଇଥିବାରୁ ଏହାକୁ ସ୍ବାଗତ କରିଥିଲେ ଲୁ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ୍‌ ରାଷ୍ଟ୍ରପତିଙ୍କ ସହ ଆଲୋଚନାରେ ଏହା ଯୁଦ୍ଧର ସମୟ ନୁହେଁ ବୋଲି ମତ ଦେଇଥିଲେ। ସେହିପରି ଗତ ସେପ୍ଟେମ୍ବରରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ଜାତିସଂଘରେ ଯୁଦ୍ଧ ବନ୍ଦ କରିବା ସପକ୍ଷରେ ମତ ଦେଇଥିଲେ। ଭାରତର ଏପରି ଆଭିମୁଖ୍ୟ ପ୍ରଶଂସନୀୟ ବୋଲି ଲୁ କହିଥିଲେ।

Hot this week

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

Related Articles

Popular Categories