www.samajalive.in
Wednesday, December 10, 2025
16.1 C
Bhubaneswar

କୋରାପୁଟିଆ ବୈଦ୍ୟ ହରିଙ୍କୁ ଆମେରିକା ଡକରା

କୋରାପୁଟ: କୋରାପୁଟ ଜିଲା ସେମିଳିଗୁଡ଼ାର ଆଦିବାସୀ ବୈଦ୍ୟଙ୍କୁ ଆମେରିକାରୁ ଆସିଛି ଡାକରା। ୱାଶିଂଟନରେ ଜୈବ ବିବିଧତା ଓ ଜଳବାୟୁ ପରିବର୍ତ୍ତନ ଉପରେ ଉଦ୍‌ବୋଧନ ଦେବାକୁ ତାଙ୍କୁ ଡାକରା ଆସିଥିବା ଜଣାଯାଇଛି। ଅଷ୍ଟମ ପର୍ଯ୍ୟନ୍ତ ପଢ଼ିଥିବା ହରି ପାଠରେ କମ୍‌ ଥିଲେ ମଧ୍ୟ ଔଷଧୀୟ ଗୁଳ୍ମଲତା ଉପରେ ନିରବଚ୍ଛିନନ ଗବେଷଣା କରି ଏଭଳି ସଫଳତା ହାସଲ କରିଛନ୍ତି। ସେମିଳିଗୁଡ଼ା ବ୍ଲକ ଦଳେଇପୁଟ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିଗୁଡ଼ାର ହରିଙ୍କୁ ଏଭଳି ଡାକରା ପରେ କୋରାପୁଟ ଜିଲାରେ ଖୁସିର ଲହରି ଖେଳିଯାଇଛି। ବିଶ୍ବର ବିଶିଷ୍ଟ ବୈଜ୍ଞାନିକଙ୍କ ଗହଣରେ ବନୌଷଧିର ଉପକାରିତା ବଖାଣିବାକୁ ତାଙ୍କୁ ସୁଯୋଗ ମିଳିବ। ଇଣ୍ଟରନ୍ୟାସନାଲ ଭିଜିଟର୍ସ ଲିଡରସିପ୍‌ ଆଇଭିଏଲ କାର୍ଯ୍ୟକ୍ରମରେ ଯୋଗଦେବାକୁ ତାଙ୍କୁ ୱାଂଶିଟନରୁ ଡାକରା ଆସିଛି। ଏଭଳି ଡାକରା ପାଇ ହରି ବେଶ ଖୁସିବ୍ୟକ୍ତ କରିଛନ୍ତି। ବଣରେ ହଜିଯାଇଥିବା ଗଛକୁ ସଂରକ୍ଷଣ କରି ଆମ ଜମିରେ ଲଗାଇ ଲୋକଙ୍କ ଉପକାର କରୁଛି। ଓଡ଼ିଶା ସମେତ ୧୬ଟି ରାଜ୍ୟର ଲୋକ ଉପକୃତ ହେଉଥିବା ହରି କହନ୍ତି। ଆୟୁର୍ବେଦ ଉପଚାର ଉପରେ ୪୩ବର୍ଷୀୟ ହରିଙ୍କ ଗଭୀର ଜ୍ଞାନ ରହିଛି। ଜଙ୍ଗଲରୁ ଜଟିବୁଡ଼ି ସଂଗ୍ରହ କରି ସେ ଏଯାବତ୍‌ ୪୫୦ପ୍ରକାର ଚେରମୂଳି ଔଷଧ ତିଆରି କରିପାରିଛନ୍ତି। ଏହି ଔଷଧ ଦ୍ବାରା ବହୁ ଦୂରାରୋଗ୍ୟ ସହ ୧୦୫ ପ୍ରକାର ରୋଗ ଠିକ୍ ହୋଇପାରୁଥିବା ସେ କହନ୍ତି। ଚେରମୂଳି ଓ ପାରମ୍ପରିକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରି ସେ ନିରବଚ୍ଛିନ୍ନ ଭାବେ ଗବେଷଣା ଚଳାଇଛନ୍ତି।

ଗତବର୍ଷ ଏପ୍ରିଲ ମାସରେ ଗୁଜୁରାଟର ଗାନ୍ଧିନଗରଠାରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଡବ୍ଲ୍ୟୁଏଚଓ ଏବଂ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ପାରମ୍ପରିକ ଔଷଧକୁ ନେଇ ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀରେ ଓଡ଼ିଶାରୁ ୨ଜଣ ଗବେଷକଙ୍କ ମଧ୍ୟରେ ଝାରସୁଗୁଡ଼ାର ଲଳିତମୋହନ ସାହୁ ଓ କୋରାପୁଟ ଜିଲା ସେମିଳିଗୁଡ଼ା ଅଞ୍ଚଳର ହରି ପାଙ୍ଗି ଯୋଗ ଦେଇଥିଲେ। ଆଦିବାସୀ ଗବେଷକ ଶ୍ରୀ ପାଙ୍ଗି ଦେଓମାଳି​‌ର ଔଷଧୀୟ ସମ୍ପଦ ଉପରେ ବର୍ଣ୍ଣନା କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କିରପାରିଥିଲେ। କେବଳ ସେତିକି ନୁହେଁ ସେ କୋରାପୁଟ ଜିଲାର ପାରମ୍ପରିକ ଔଷଧୀୟ ଉଦ୍ଭିଦ ଓ ଏହାର ଉପକାରିତା ଉପରେ ଉପସ୍ଥାପନ କରି ବିଶ୍ବସ୍ତରରେ କୋରାପୁଟର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଉକ୍ତ ସମ୍ମିଳନୀରେ ଆମେରିକା, ଚାଇନା, ବ୍ରାଜିଲ, ଅଷ୍ଟ୍ରେଲିଆ, ଲଣ୍ଡନ ଭଳି ୨୨ଟି ଦେଶରୁ ପ୍ରାୟ ୪୦ରୁ ୫୦ଜଣ ପାରମ୍ପରିକ ବୈଦ୍ୟ ଯୋଗ ଦେଇଥିଲେ।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories