ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ ଆନ୍ତର୍ଜାତିକ ସମ୍ମିଳନୀ 

ଗୋପାଳପୁର : ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ଗଣିତ ବିଭାଗ ପକ୍ଷରୁ ଆୟୋଜିତ ଆନ୍ତର୍ଜାତିକ ସମ୍ମିଳନୀ ଉଦଘାଟିତ ହୋଇଯାଇଛି। ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଇଜର ଅନୁଷ୍ଠାନର ନିର୍ଦ୍ଦେଶକ ଅଶୋକ କୁମାର ଗାଙ୍ଗୁଲି ଯୋଗଦେଇଥିଲେ।  ଅନ୍ୟମାନଙ୍କ ମଧ୍ୟରେ ଏନଆଇଟି ଦୁର୍ଗାପୁର ପ୍ରଫେସର ସମରଜିତ କର, ଆଇଆଇଟି ଚେନ୍ନାଇର ଅରିନ୍ଦମ ସିଂହ, ଆଇଆଇଟି ଖଡ଼ଗପୁର ପ୍ରଫେସର ଗୀତାଞ୍ଜଳି ପଣ୍ଡା, ପ୍ରଫେସର ସି ନାହାକ ପ୍ରମୁଖ ବକ୍ତା ଭାବେ  ଯୋଗଦେଇ ଗଣିତ ଓ ପରିସଂଖ୍ୟାନର ପ୍ରୟୋଗରେ କିପରି ବିଭିନ୍ନ ବୈଷୟିକ ସମସ୍ୟା ସମାଧାନ କରାଯିବା ସହ ଦେଶର ବିକାଶର ଧାରାକୁ ତ୍ୱରାନ୍ୱିତ କରାଯାଇ ପାରିବ, ସେ ନେଇ ନିଜ ନିଜର ମତ ରଖିଥିଲେ।
ବରିଷ୍ଠ ପ୍ରଫେସର ତଥା ଅପରେସନାଲ ରିସର୍ଚ୍ଚ ସୋସାଇଟି ଶାଖା ସମ୍ପାଦକ ରବି ନାରାୟଣ ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ପ୍ରଫେସର ଚିତ୍ତ ରଞ୍ଜନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପୋଲାଣ୍ଡର ପ୍ରଫେସର୍ ମିଲେନା, ମାଲେସିଆର ପ୍ରଫେସର୍ କାରେନ୍ ଓ ବବି ବାରଣାସୀ, ଆମେରିକାର ପ୍ରଫେସର ଦାରିଅସ ବିଶାରଦ ଭାବେ ଯୋଗ ଦେଇଥିଲେ। ଏଥିରେ ବିଭିନ୍ନ ଦେଶରୁ ପ୍ରାୟ ୧୫୦ ଗବେଷକ, ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନେ ଭାଗ ନେଇଛନ୍ତି।

Comments are closed.