www.samajalive.in
Sunday, December 7, 2025
26.1 C
Bhubaneswar

ଶ୍ରୀଲଙ୍କା ବିସ୍ଫୋରଣ ଘଟଣା; ଗୋଇନ୍ଦା ମୁଖ୍ୟଙ୍କୁ ବହିଷ୍କାର କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଗତ ଏପ୍ରିଲ ୨୧ ତାରିଖରେ ଚର୍ଚ୍ଚ ଏବଂ ଷ୍ଟେଶନରେ ସିରିଜ ବିସ୍ଫୋରଣ ଘଟିଥିଲା। ଏଥିରେ ୨୫୮ ଜଣ ପ୍ରାଣ ହରାଇଥିଲେ। ଏହି ଘଟଣାରେ ପୁଲିସ ୮୦ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ତେବେ ଗୋଇନ୍ଦା ବିଫଳତା ଯୋଗୁ ଏହି ବିସ୍ଫୋରଣ ଘଟିଥିବାରୁ ଶ୍ରୀଲଙ୍କା ରାଷ୍ଟ୍ରପତି ମୈଥ୍ରୀପାଲ ସିରିସେନା ଦେଶର ଗୋଇନ୍ଦା ମୁଖ୍ୟ ଶିଶିର ମେଣ୍ଡିସଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ତେବେ ମେଣ୍ଡିସଙ୍କୁ ବହିଷ୍କାର କରାଯାଇଛି ନା ସେ ଇସ୍ତଫା ଦେଇଛନ୍ତି ତାହାକୁ ନେଇ ଭିନ୍ନ ସୂଚନା ମିଳୁଥିବାବେଳେ ଭାରତୀୟ ଗୋଇନ୍ଦା ବ୍ୟୁରୋକୁ ହସ୍ତଗତ ସୂଚନା ଅନୁସାରେ ତାଙ୍କୁ ରାଷ୍ଟ୍ରପତି ବହିଷ୍କାର କରିଥିବା ଜଣାପଡ଼ିଛି। ବିସ୍ଫୋରଣ ସମ୍ପର୍କରେ ଆଗୁଆ ସୂଚନା ମିଳିଥିଲେ ହେଁ ଶ୍ରୀଲଙ୍କାର ଗୋଇନ୍ଦା ସଂସ୍ଥା ତାହାର ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ନେଇ ନ ଥିଲା ବୋଲି ତଦନ୍ତ ରିପୋର୍ଟରୁ ସ୍ପଷ୍ଟ ହେବା ପରେ ଏହି କାଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଅନ୍ୟପଟେ ମେଣ୍ଡିସ ଆକ୍ରମଣକୁ ରୋକିବାରେ ବିଫଳତା ପାଇଁ ସରକାରୀ ନିଷ୍କ୍ରିୟତାକୁ ଦାୟୀ କରିଥିଲେ। ଆତଙ୍କବାଦୀଙ୍କଠାରୁ ଧମକ ମିଳିବା ସତ୍ବେ ରାଷ୍ଟ୍ରପତି ନିୟମିତ ସୁରକ୍ଷା ସମ୍ପର୍କିତ ବୈଠକ ଡକାଇ ଆଲୋଚନା କରିବାରେ ବିଫଳ ହୋଇଥିଲେ ବୋଲି ମେଣ୍ଡିସ କହିଛନ୍ତି।

- Advertisement -

ସୂଚନାଯୋଗ୍ୟ, ବିସ୍ଫୋରଣର ବହୁ ପୂର୍ବରୁ ଭାରତ ପକ୍ଷରୁ ପର୍ଯ୍ୟାୟକ୍ରମେ ୫ ଥର ଶ୍ରୀଲଙ୍କା ଗୋଇନ୍ଦା ସଂସ୍ଥାକୁ ଅବଗତ କରାଯାଇଥିଲ।। ପ୍ରଥମେ ଏପ୍ରିଲ ୪, ଏପ୍ରିଲ ୧୦ ଏବଂ ଏପ୍ରିଲ ୧୬ ତାରିଖରେ ଗୋଇନ୍ଦାକୁ ସତର୍କ କରାଯାଇଥିଲା। ଏହା ପରେ ଏପ୍ରିଲ ୨୦ ଏବଂ ୨୧ ତାରିଖରେ ଘଟଣା ଘଟିବାର କିଛି ସମୟ ପୂର୍ବରୁ ମଧ୍ୟ ଭାରତୀୟ ଗୋଇନ୍ଦା ବ୍ୟୁରୋ ପକ୍ଷରୁ ଶ୍ରୀଲଙ୍କାକୁ ସୂଚନା ଦିଆଯାଇଥିଲା। ଏପରି କି ଆକ୍ରମଣକାରୀଙ୍କ ଟାର୍ଗେଟରେ ଚର୍ଚ୍ଚ ରହିଥିବା ନେଇ କୁହାଯାଇଥିଲେ ମଧ୍ୟ ଶ୍ରୀଲଙ୍କାର ପୁଲିସ ବିଭାଗ ଏବଂ ଗୋଇନ୍ଦା ବିଭାଗ ତାହାକୁ ଗୁରୁତ୍ଵ ଦେଇ ନ ଥିଲେ। ଘଟଣା ପରେ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍‌ ଏବଂ ନ୍ୟାଶନାଲ ତୋହିଦ ଜମାତ(ଏନଟିଜେ) ସଂଗଠନ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲେ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories