www.samajalive.in
Monday, December 15, 2025
15.1 C
Bhubaneswar

ଜୀବ ବିଜ୍ଞାନ ପ୍ରତିଷ୍ଠାନ: ୭୦ ଗବେଷଣାରୁ ୩କୁ ମିଳିଛି ପ୍ୟାଟେଣ୍ଟ, ଜାତୀୟ ପୁରସ୍କାର ୬

ଭୁବନେଶ୍ୱର: ଜୀବ ବିଜ୍ଞାନ ପ୍ରତିଷ୍ଠାନରେ ବିଭିନ୍ନ ସଂକ୍ରାମକ ରୋଗ, ବାୟୁବାହିତ ରୋଗ, କୃଷି, ପୁଷ୍ଟିସାର, ସ୍ବାସ୍ଥ୍ୟର ଯତ୍ନ ଏବଂ ପରିବେଶ ସୁରକ୍ଷା ଆଦିର ବିଭିନ୍ନ କ୍ଷେତ୍ରରେ ଉନ୍ନତ ଗବେଷଣା କରାଯାଉଛି। ଜୀବ ବିଜ୍ଞାନ ପ୍ରତିଷ୍ଠାନର ୭୦ଟି ଉନ୍ନତ ଗବେଷଣା ମଧ୍ୟରୁ ୩ଟିକୁ ପ୍ୟାଟେଣ୍ଟ ମିଳିଛି। ଏହି ଗବେଷଣାରେ ନିୟୋଜିତ ଥିବା ୬ଜଣ ବୈଜ୍ଞାନିକଙ୍କୁ ଜାତୀୟ ପୁରସ୍କାର ମିଳିଛି ଏବଂ ଏଠାକାର ଗବେଷଣା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଆଦୃତ ଲାଭ କରିଥିବା ଜୀବନ ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।

 

- Advertisement -

ଇତିମଧ୍ୟରେ ବିଭିନ୍ନ ବିଷୟବସ୍ତୁ ଉପରେ ୭୦ଟି ଗବେଷଣାତ୍ମକ ନିବନ୍ଧ ପ୍ରକାଶିତ ହୋଇଛି, ସେଥିମଧ୍ୟରୁ ୩ଟିକୁ ପ୍ୟାଟେଣ୍ଟ ମିଳିଛି। ଏଠାରୁ ୩୫ଜଣ ଛାତ୍ରଛାତ୍ରୀ ପିଏଚ୍‌ଡି ଡିଗ୍ରୀ ହାସଲ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୬ଜଣ ଜାତୀୟ ପୁରସ୍କାର ଲାଭ କରିଛନ୍ତି। ବିଭିନ୍ନ ସମୟରେ ବହୁ ଛାତ୍ରଛାତ୍ରୀ ଜୀବ ବିଜ୍ଞାନ କେନ୍ଦ୍ର ଗବେଷଣାଗାର ପରିଦର୍ଶନରେ ଆସିଥିବାବେଳେ ସେମାନେ ଏଠାକାର ଶିକ୍ଷକଙ୍କ ସହତ କଥୋପକଥନ କରିଛନ୍ତି। ବିଜ୍ଞାନ କ୍ଷେତ୍ରରେ ଉତ୍କର୍ଷତା ଓ ଲୋକପ୍ରିତୟା ହାସଲ, ଏହାର ପ୍ରୟୋଗ ଏବଂ ଉପକାରିତା ଆଦି କିଭଳି ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚି ପାରିବ ସେଥିପାଇଁ ଉଦ୍ୟମ ଜାରି ରହିଛି ବୋଲି ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦେଶକ ଡ.ଅଜୟ ପରିଡ଼ା ପ୍ରକାଶ କରିଛନ୍ତି।
ଗୁଣାତ୍ମକ ଗବେଷଣା ପାଇଁ ଉନ୍ନତ ଓ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ ଜରୁରୀ। ସାମାଜିକ ପ୍ରସଙ୍ଗକୁ ଆଧାର କରି ଯୁବପିଢ଼ି ସୃଜନଶୀଳ ଢାଞ୍ଚାରେ ଗବେଷଣା ଜାରି ରଖିବା ଉଚିତ। କୃଷି, ପୁଷ୍ଟିସାର, ସ୍ବାସ୍ଥ୍ୟର ଯତ୍ନ ଏବଂ ପରିବେଶ ସୁରକ୍ଷା ଆଦିର ବିଭିନ୍ନ କ୍ଷେତ୍ରରେ ଉନ୍ନତ ବାୟୋଟେକ୍ନୋଲୋଜି ଜ୍ଞାନ ବ୍ୟବହାର କରାଯାଇପାରିବ ବୋଲି ପ୍ରଫେସର ପରିଡ଼ା କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories