ବିଦ୍ୟୁତ୍ ଚୋରି ଖବର ଦେଲେ ପୁରସ୍କାର ଦେବ ସେସୁ

0

ଭୁବନେଶ୍ବର : ବିଦ୍ୟୁତ ଚୋରି ରୋକିବାକୁ ସେସୁ ପକ୍ଷରୁ ଏକ ଅଭିନବ ପଦକ୍ଷେପ ନିଆଯାଇଛି। ଏଣିକି ବିଦ୍ୟୁତ ଚୋରିର ଖବର ଦେଲେ ସୂଚନାଦାତାଙ୍କୁ ଅର୍ଥ ପୁରସ୍କାର ମିଳିବ। ଆଦାୟ ହୋଇଥିବା ଜରିମାନାର ଦଶ ପ୍ରତିଶତ ଅର୍ଥ ରାଶିକୁ ସୂଚନାଦାତାଙ୍କୁ ପ୍ରଦାନ କରାଯିବ। ଗୁରୁବାର ଏହି ସୂଚନା ଦେଇଛନ୍ତି ସେସୁ ସିଇଓ ତଥା ପୁଲିସ ଆଇଜି ଅରୁଣ ବୋଥ୍ରା। ଏହାସହିତ ସୂଚନାଦାତାଙ୍କ ନାମକୁ ମଧ୍ୟ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ ବୋଲି ସେ କହିଛନ୍ତି।
ତାଙ୍କ କହିବାନୁସାରେ, ବିଦ୍ୟୁତ ଚୋରି ରୋକିବାକୁ ସେସୁ କଡ଼ା ନିୟମ ଆଣିବାକୁ ଯାଉଛି। ଆଗାମୀ ୨/୩ ମାସରେ ସେସୁ ଅଞ୍ଚଳରେ ଯାଞ୍ଚ କଡ଼ାକଡ଼ି ହେବ। ବିଦ୍ୟୁତ ଚୋରି ବିଷୟରେ ସୂଚନା ଦେବା ବ୍ୟକ୍ତିଙ୍କୁ ପୁରସ୍କାର ଦିଆଯିବା ସହ ସାମାଜିକ ଗଣମାଧ୍ୟମ ଜରିଆରେ ଅଭିଯୋଗ ଉପରେ ଗୁରୁତ୍ୱ ଦିଆଯିବ। ସେହିପରି ଆଗାମୀ ଦିନରେ ଏସ୍‌ଏଚ୍‌ଜି ମହିଳାଙ୍କୁ ବିଦ୍ୟୁତ ବିଲ୍‌ ଆଦାୟର ସୁଯୋଗ ଦିଆଯିବ ବୋଲି ବୋଥ୍ରା କହିଛନ୍ତି।

Leave A Reply