ତଣ୍ଡ ଗଣିବେ ମହାବିଦ୍ୟାଳୟ ଅଧ୍ୟକ୍ଷ -ସୂଚନା ଆୟୁକ୍ତଙ୍କ ଦଣ୍ଡାଦେଶ ହାଇକୋର୍ଟରେ କାଏମ

ଭୁବନେଶ୍ୱର : ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ତଥ୍ୟ ପ୍ରଦାନ କରିବା ପରିବର୍ତ୍ତେ ଆବେଦନକାରୀଙ୍କୁ ବିଭିନ୍ନ ଆଳ େଦଖାଇ ତଥ୍ୟ ନ େଦବା ମାମଲାର ଶୁଣାଣି କରି ସୂଚନା ଆୟୁକ୍ତ େଦଇଥିବା ଦଣ୍ଡାଦେଶକୁ ଓଡିଶା ହାଇେକାର୍ଟ କାଏମ ରଖିଛନ୍ତି।
ସୂଚନାେଯାଗ୍ୟ େଯ ଆବୁତର ଖାନ ଜଣେ ବ୍ୟକ୍ତି ଯାଜପୁର ଜିଲା ସମଦାସପୁର ଏକେଆର ମହାବିଦ୍ୟାଳୟ ସମ୍ପର୍କରେ ସୂଚନା ଅଧିକାରୀ ତଥା ଅଧ୍ୟକ୍ଷଙ୍କୁ କିଛି ତଥ୍ୟ ମାଗିଥିଲେ। ମାତ୍ର ସୂଚନା ଦେବା ପରିବର୍ତ୍ତେ ମହାବିଦ୍ୟାଳୟ ଅଧକ୍ଷ ନରେନ୍ଦ୍ର କୁମାର ମହାନ୍ତି ଆବେଦନକାରୀଙ୍କୁ ସୂଚନା ଅଧିକାର ଆଇନକୁ ଠିକଭାବେ ପଢିବାକୁ ଉପଦେଶ ଦେଇଥିଲେ। ପରବର୍ତ୍ତୀ କାଳରେ ଅଧକ୍ଷ ସୂଚନା ସମ୍ୱନ୍ଧୀୟ କାଗଜପତ୍ର ଉପଲବ୍ଧ ନାହିଁ, ୨୦୨୦ ବ୍ରାହ୍ମଣୀ-ଖରସ୍ରୋତା ବନ୍ୟାରେ କାଗଜପତ୍ର ଭାସିଗଲା, ମହାବିଦ୍ୟାଳୟ ସ୍ଥାନ ପରିବର୍ତ୍ତନ ସମୟରେ ହଜିଗଲା ଏଭଳି ବିଭିନ୍ନ ଆଳ ଦେଖାଇ ସୂଚନା ଦେଇ ନଥିଲେ। ଏ େନଇ ଆବୁତର ସୂଚନା ଆେୟାଗଙ୍କ ଦ୍ବାରସ୍ଥ େହାଇଥିଲେ। ଏହି ଘଟଣାର ବିଚାରକରି ଓଡିଶା ସୂଚନା ଆୟୁକ୍ତ ଦିଲୀପ କୁମାର ବିଷୋୟୀ ମହାଦିବ୍ୟାଳୟ ଅଧକ୍ଷ ନରେନ୍ଦ୍ର କୁମାର ମହାନ୍ତିଙ୍କ ଉପରେ ୨୫ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଥିଲେ। ତେବେ ଏହି ଆଦେଶ ବିେରାଧରେ ମହାବିଦ୍ୟାଳୟ ଅଧ୍ୟକ୍ଷ ହାଇକୋର୍ଟରେ ଆବେଦନ କରିଥିଲେ। ନିକଟରେ ହାଇକୋର୍ଟ ସୂଚନା ଆୟୁକ୍ତଙ୍କ ରାୟକୁ କାଏମ ରଖିଛନ୍ତି।

Comments are closed.