www.samajalive.in
Sunday, December 14, 2025
17.1 C
Bhubaneswar

୨୫ ଶିଳ୍ପକୁ ଏକକ ବାତାୟନ ଅନୁମୋଦନ, ବିନିଯୋଗ ହେବ ୫ ହଜାର କୋଟି, ନିଯୁକ୍ତି ପାଇବେ ୨୫ ହଜାର

ଭୁବନେଶ୍ବର: ରାଜ୍ୟ ସ୍ତରୀୟ ଏକକ ବାତାୟନ ଅନୁମୋଦନ କର୍ତ୍ତୃପକ୍ଷ ୨୫ ଶିଳ୍ପ ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଅନୁମୋଦନ ଲାଭ କରିଥିବା ଏହି ସବୁ ପ୍ରକଳ୍ପରେ ୫୮୨୭.୨୭ କୋଟି ଟଙ୍କା ବିନିଯୋଗ ହେବାକୁ ଥିବାବେଳେ ୨୫, ୨୯୨ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ତା’ଛଡା ୩ଟି ବୃହତ ପ୍ରକଳ୍ପ ପ୍ରସ୍ତାବକୁ ଉଚ୍ଚସ୍ତରୀୟ ଅନୁମୋଦନ କର୍ତ୍ତୃପକ୍ଷଙ୍କ ନିକଟକୁ ସୁପାରିସ କାରାଯାଇଛି।

ଶନିବାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସ୍ତରୀୟ ଏକକ ବାତାୟନ ଅନୁମୋଦନ କର୍ତ୍ତୃପକ୍ଷଙ୍କ ୧୧୫ତମ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଭିତ୍ତିଭୂମି, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ଆଇଟି ଭିତ୍ତିଭୂମି, ଆଇଟି ଓ ଇଏସଡିଏମ, ଫାର୍ମାସିଟିକାଲ, ପ୍ଲାଷ୍ଟିକ, କେମିକାଲ ଓ ପେଟ୍ରୋକେମିକାଲ, ଷ୍ଟିଲ, ଟେକ୍‌ଷ୍ଟାଇଲ ଆଦି କ୍ଷେତ୍ରରେ ୨୫ଟି ଶିଳ୍ପ ପ୍ରକଳ୍ପ ପ୍ରସ୍ତାବ ଉପରେ ଆଲୋଚନା ସହ ଅନୁମୋଦନ କରାଯାଇଥିଲା।

- Advertisement -

ଏସବୁ ପ୍ରକଳ୍ପ ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, ମୟୂରଭଞ୍ଜ, ସୁନ୍ଦରଗଡ, ଭଦ୍ରକ ଆଦି ଜିଲାରେ ପ୍ରତିଷ୍ଠା କରାଯିବ। ଅନୁମୋଦିତ ୨୫ଟି ପ୍ରକଳ୍ପ ମଧ୍ୟରୁ ୩ଟି ଶିଳ୍ପ ପ୍ଲାଷ୍ଟିକ କ୍ଷେତ୍ରରେ ହୋଇଥିବାବେଳେ ଷ୍ଟିଲ ଓ ଆନୁସଙ୍ଗିକ କ୍ଷେତ୍ରରେ ୮ଟି, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ୩ଟି ରହିଛି। ସେହିପରି ଭିତ୍ତିଭୂମି କ୍ଷେତ୍ରରେ ୨ଟି ପ୍ରକଳ୍ପକୁ ଅନୁମୋଦନ ମିଳିଥିବାବେଳେ ଆଇଟି ଓ ଇଏସଡିଏମ କ୍ଷେତ୍ରରେ ୩ଟି, ଆଇଟି ଭିତ୍ତଭୂମି ପାଇଁ ଗୋଟିଏ ପ୍ରକଳ୍ପ ରହିଛି।

ଅନ୍ୟ କ୍ଷେତ୍ର ମଧ୍ୟରେ ସିମେଣ୍ଟ, ପର୍ଯ୍ୟଟନ, ଫାର୍ମସିଟିକାଲ, କେମିକାଲ ଓ ପେଟ୍ରୋକେମିକାଲ ଓ ଟେକଷ୍ଟାଇଲ କ୍ଷେତ୍ରରେ ଗୋଟିଏ ଲେଖାଏଁ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଖୋର୍ଦ୍ଧା ଜିଲାରେ ହେବାକୁ ଥିବା ଟେକଷ୍ଟାଇଲ ପ୍ରକଳ୍ପରେ ସର୍ବାଧିକ ୧୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଇଛି। ବୈଠକରେ ୩ଟି ବୃହତ ପ୍ରକଳ୍ପକୁ ଉଚ୍ଚସ୍ତରୀୟ ଅନୁମୋଦନ କର୍ତ୍ତୃପକ୍ଷଙ୍କୁ ସୁପାରିସ କରାଯାଇଥିଲା। ଯେଉଁଥିରେ ୨୮ ହଜାର କୋଟି ଟଙ୍କା ନିବେଶ ହେବାକୁ ରହିଥିବା ବେଳେ ୧୯ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ସମ୍ଭାବନା ରହିଛି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories