www.samajalive.in
Sunday, December 14, 2025
26.1 C
Bhubaneswar

ଇଣ୍ଡୋନେସିଆ ଭୂକମ୍ପଜନିତ ମୃତ୍ୟୁ ସଂଖ୍ୟା ୧୩୧କୁ ବୃଦ୍ଧି

ମାତାରାମ : ଇଣ୍ଡୋନେସିଆର ଲୋମ୍ବୋକ ଦ୍ୱୀପରେ ରବିବାର ଘଟିଥିବା ଭୂକମ୍ପ ଯୋଗୁ ଜନିତ ମୃତ୍ୟୁ ସଂଖ୍ୟା ୧୩୧ରେ ପହଞ୍ଚିଛି। ପ୍ରାୟ ୧,୪୭୭ ଲୋକ ଗୁରୁତର ଆହତ ହୋଇଛନ୍ତି। ଏହି ଭୟଙ୍କର ଭୂକମ୍ପ ଯୋଗୁ ପର୍ଯ୍ୟଟନ ପାଇଁ ପ୍ରସିଦ୍ଧ ଏହି ଦ୍ୱୀପରେ ନାହିଁ ନ ଥିବା କ୍ଷୟକ୍ଷତି ଘଟିଛି। ହଜାରହଜାର ବାସଗୃହ ଭୁଶୁଡି ପଡିଥିବା ବେଳେ ୧,୫୬,୦୦୦ରୁ ଊର୍ଦ୍ଧ୍ବ ଲୋକ ବିସ୍ଥାପିତ ହୋଇଛନ୍ତି। କ୍ଷତିଗ୍ରସ୍ତ ଡାକ୍ତରଖାନା ବାହାରେ ଆହତଙ୍କ ଚିକିତ୍ସା ଜାରି ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ଅତିରିକ୍ତ ଡାକ୍ତରୀ ସହାୟତା ଲୋଡିଛି। ବାସଗୃହ, ସ୍କୁଲ ଏବଂ ମସ୍‍ଜିଦ୍‍ର ଧ୍ୱଂସାବଶେଷ ତଳେ ଏବେ ବି ନିଖୋଜ ଲୋକଙ୍କ ସନ୍ଧାନ ଜାରି ରହିଛି। ରବିବାର ସନ୍ଧ୍ୟା ସମୟରେ ସମଗ୍ର ଲୋମ୍ବୋକ ଦ୍ୱୀପ ତୀବ୍ରତା ୭.୦ ବିଶିଷ୍ଟ ଭୂକମ୍ପ ଯୋଗୁ ଥରି ଉଠିଥିଲା। ଅନ୍ୟପଟେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ବଥର ଭୂକମ୍ପ ପରବର୍ତ୍ତୀ ଝଟ୍‍କା ଅନୁଭୂତ ହୋଇଥିଲା। ରାଷ୍ଟ୍ରପତି ଜୋକୋ ୱିଡୋଡୋ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ତଥା ଆହତମାନଙ୍କ ନିମନ୍ତେ ସେ ସରକାରୀ ସହାୟତା ଘୋଷଣା କରିଛନ୍ତି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories