www.samajalive.in
Sunday, December 14, 2025
23.1 C
Bhubaneswar

ଅନ୍ୟ ରାଜ୍ୟରେ ଆସିପାରେ ଆସାମ ଭଳି ଏନ୍‍ଆର୍‍ସି : ଅମିତ୍‍ ଶାହାଙ୍କ ସଙ୍କେତ

ନୂଆଦିଲ୍ଲୀ : ଆସାମ ଭଳି ଅନ୍ୟ ରାଜ୍ୟଗୁଡିକରେ ମଧ୍ୟ ଜାତୀୟ ନାଗରିକ ପଞ୍ଜିକା (ଏନ୍‍ଆର୍‍ସି) ଆସିପାରେ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‍ ଶାହା ପରୋକ୍ଷରେ ସଙ୍କେତ ଦେଇଛନ୍ତି। ଆସାମରେ ଏନ୍‍ଆର୍‍ସି ପ୍ରକ୍ରିୟା ଶେଷ ହେବା ପରେ କେବେ ଏବଂ ଦେଶର ଅନ୍ୟ କେଉଁ ଅଞ୍ଚଳରେ ଏହି ପ୍ରକ୍ରିୟା ଆରମ୍ଭ ହେବ ତାହା କେନ୍ଦ୍ର ସରକାର ସ୍ଥିର କରିବେ। ଏନ୍‍ଆର୍‍ସି ଚିଠାପ୍ରସ୍ତାବକୁ ନେଇ ସୃଷ୍ଟ ବିବାଦ ପରିପ୍ରେକ୍ଷୀରେ ଶାହା ନ୍ୟୁଜ୍‍୧୮ର ‘ବୈଠକ’ କାର୍ଯ୍ୟକ୍ରମରେ ଏହା କହିଛନ୍ତି। ସେ କହିଛନ୍ତି ଆସାମ ଏନ୍‍ଆର୍‍ସି ଅନୁସାରେ ୪୦ ଲକ୍ଷ ଲୋକ ରାଜ୍ୟରେ ଅନୁପ୍ରବେଶ କରିଛନ୍ତି। ସେମାନଙ୍କର ମତଦାନ କରିବାର ଅଧିକାର ନାହିଁ। ନିଜର ନାଗରିକତ୍ୱ ପ୍ରମାଣ କରିବାକୁ ସେମାନଙ୍କୁ ସମସ୍ତ ସୁଯୋଗ ପ୍ରଦାନ କରାଯିବ; କିନ୍ତୁ ଯେଉଁମାନେ ଏଥିରେ ବିଫଳ ହେବେ ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ନେଇ ସେମାନଙ୍କର କୌଣସି ଅଧିକାର ରହିବ ନାହିଁ। ତେବେ ଦେଶରେ ବେଆଇନ ଭାବେ ବାସ କରୁଥିବା ଲୋକଙ୍କୁ ନିର୍ବାସିତ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। କଂଗ୍ରେସକୁ ସମାଲୋଚନା କରି ସେ କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜିବ ଗାନ୍ଧୀଙ୍କ ସମୟରେ ଆସାମ ରାଜିନାମା ସ୍ୱାକ୍ଷର ହୋଇଥିଲା। ରାଜୀବ ହିଁ ବେଆଇନ ଅପ୍ରବାସୀଙ୍କୁ ନିର୍ବାସିତ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାସତ୍ତ୍ବେ କଂଗ୍ରେସ ଏନ୍‍ଆର୍‍ସି କାର୍ଯ୍ୟକାରୀ କରିବାର ସାହସ କରିପାରି ନ ଥିଲା। ବିଭିନ୍ନ ରାଜନୈତିକ ଦଳଗୁଡିକ ଏହି ପ୍ରସଙ୍ଗରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ ବୋଲି ସେ କହିଛନ୍ତି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories