ଆକାଶରେ ସାମ୍ନାସାମ୍ନି ହେଲା ଦୁଇ ଇଣ୍ଡିଗୋ ବିମାନ

0

ନୂଆଦିଲ୍ଲୀ: ବେଙ୍ଗାଲୁରୁ ଆକାଶରେ ଆଜି ହଠାତ୍‍ ସାମ୍ନାସାମ୍ନି ହୋଇଛନ୍ତି ଦୁଇ ଇଣ୍ଡିଗୋ ବିମାନ। ତେବେ ପାଇଲଟର ତ୍ୱରିତ ପଦକ୍ଷେପ ଫଳରେ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ବର୍ତ୍ତି ଯାଇଛି। ମଙ୍ଗଳବାର ଇଣ୍ଡିଗୋର ବିମାନ ନମ୍ବର ୬ଇ୭୭୯ ଓ ୬ଇ ୬୫୦୫ବିମାନ ସାମ୍ନାସାମ୍ନି ହୋଇଯାଇଥିଲେ। ଗୋଟିଏ ବିମାନ କୋଇମ୍ବାଟୁରରୁ ହାଇଦ୍ରାବାଦ ଆସୁଥିଲା ଅନ୍ୟଟି ବେଙ୍ଗାଲୁରୁରୁ କୋଚି ଯାଉଥିଲା। ଉଭୟ ଆକାଶର ୨୦୦ମିଟର ପାଖାପାଖି ହୋଇଯାଇଥିଲେ। ଗୋଟିଏ ବିମାନକୁ ବିମାନ ଟ୍ରାଫିକ ୩୬ହଜାର ଫୁଟ ଉଚ୍ଚତାକୁ ଉଠିବାକୁ ନିର୍ଦେଶ ଦେଇଥିବାବେଳେ ଅନ୍ୟଟିକୁ ୨୮ହଜାର ଉପରକୁ ଉଠିବାକୁ ନିର୍ଦେଶ ଦିଆଯାଇ ଥିଲା। ଏହି ସମୟରେ ଉଭୟ ବିମାନ ଉପରକୁ ଉଠିବା ସମୟରେ ୨୭ହଜାର ୩୦୦ମିଟର ଓ ୨୭ହଜାର ୫୦୦ମିଟରକୁ ଚାଲି ଯାଇଥିଲେ। ଉଭୟଙ୍କ ଆକାଶକୁ ଉଠିବାର ଦିଗ ପରସ୍ପର ବିପରୀତ ଥିବାରୁ ଉଭୟ ବିମାନ ମଧ୍ୟରେ ଧକ୍କା ହେବାର ସମ୍ଭାବନା ଦେଖା ଦେଇଥିଲା। ତେବେ ପାଇଲଟ ପରିସ୍ଥିତି ବୁଝି ତୁରନ୍ତ ଆକାଶକୁ ଉଠିବାର ଦିଗ ବଦଳାଇ ଦେବାରୁ ଏହି ଦୁର୍ଘଟଣା ଅଳ୍ପକେ ବର୍ତ୍ତି ଯାଇଥିଲା।

Leave A Reply