www.samajalive.in
Sunday, December 7, 2025
18.1 C
Bhubaneswar

ପହଲଗାମ ଆକ୍ରମଣ ପରେ ଭାରତର ଦୃଢ଼ ପ୍ରତିକ୍ରିୟା: ପ୍ରତିରକ୍ଷା ଶକ୍ତି ଓ ଏକତାରେ ଦେଶ ଅତୁଟ

ଅପରେସନ୍ ସିନ୍ଦୂରରେ ଆତଙ୍କବାଦୀ ଶିବିର ଉପରେ ପ୍ରହାର
ସେନା ସହ ସମଗ୍ର ଦେଶ
ବିଶ୍ୱ ମଞ୍ଚରେ ଏକାକୀ ପାକିସ୍ତାନ

ଡେସ୍କ: ଆଜିର ଭାରତ କେବଳ ଏକ ଶକ୍ତିଶାଳୀ ପ୍ରତିରକ୍ଷା ଶକ୍ତିର ମାଲିକ ନୁହେଁ, ବରଂ ଦେଶବ୍ୟାପୀ ଏକତା ଏବଂ ସାମ୍ପ୍ରଦାୟିକ ଭାବନାରେ ଏହାର ମୂଳ ଶକ୍ତି ଅତୁଟ ରହିଛି। ଗତ ଏପ୍ରିଲ ୨୨ରେ ଜମ୍ମୁ-କଶ୍ମୀରର ପହଲଗାମରେ ଘଟିଥିବା ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଆକ୍ରମଣର ଜବାବ ଏହି ଦୃଢ଼ତାର ପ୍ରମାଣ ଦେଇଛି।

ଏହି ଆତଙ୍କବାଦୀ ଆକ୍ରମଣର ଉଦ୍ଦେଶ୍ୟ ଥିଲା ଜମ୍ମୁ-କାଶ୍ମୀରର ଉନ୍ନତିରେ ବାଧା ଦେବା, ଶାନ୍ତି ବ୍ୟାଘାତ କରିବା ଏବଂ ସାମ୍ପ୍ରଦାୟିକ ଅଶାନ୍ତି ସୃଷ୍ଟି କରିବା। କିନ୍ତୁ ଦେଶବ୍ୟାପୀ ଏକତା ଓ ସେନାର ଦୃଢ଼ ପ୍ରତିକ୍ରିୟା ଆତଙ୍କବାଦୀଙ୍କ ଦେଶ କୁହାଯାଉଥିବା ପାକିସ୍ତାନର ଏହି ପ୍ରଚେଷ୍ଟାକୁ ବିଫଳ କରିଛି।

- Advertisement -


ଭାରତୀୟ ସେନା ଦ୍ୱାରା ‘ଅପରେସନ୍ ସିନ୍ଦୂର’ ଅଭିଯାନରେ ପାକିସ୍ତାନ ପ୍ରଯୋଜିତ ଆତଙ୍କବାଦୀ ଶିବିର ଓ ଅଡ୍ଡା ନଷ୍ଟ ହୋଇଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସାରା ଦେଶ ଭାରତୀୟ ସେନାକୁ ସମର୍ଥନ କରିବା ସହ ସେନାର ମନୋବଳ ବୃଦ୍ଧି କରିଛି। ଏହି କଠୋର ପ୍ରତିକ୍ରିୟାର ଫଳ ସ୍ୱରୂପ ପାକିସ୍ତାନ ବିଶ୍ୱ ମଞ୍ଚରେ ପୁଣିଥରେ ଏକାକୀ ଓ ବିଚ୍ଛିନ୍ନ ହୋଇପଡ଼ିଛି। ଆନ୍ତର୍ଜାତୀୟ ସମୁଦାୟ ମଧ୍ୟ ଏହାର ଆତଙ୍କବାଦୀଙ୍କୁ ସମର୍ଥନ ଓ ଅସ୍ଥିରତା ନୀତିର କଠୋର ସମାଲୋଚନା କରୁଛନ୍ତି।

ଭାରତର ଏହି ଦୃଢ଼ ମନୋଭାବ ଏବଂ ଏକତା ପ୍ରଦର୍ଶନ ଦେଶର ଶାନ୍ତି ଏବଂ ଅଗ୍ରଗତି ପ୍ରତି ପ୍ରତିବଦ୍ଧତାକୁ ପୁଣିଥରେ ସ୍ପଷ୍ଟ କରିଛି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories