www.samajalive.in
Saturday, December 6, 2025
15.1 C
Bhubaneswar

ଚାଇନିଜ ଆପ୍‌ ନିଷେଧ ଚୀନ ଉପରେ ଭାରତର ‘ଡିଜିଟାଲ ଷ୍ଟ୍ରାଇକ୍‌’: ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ: ୫୯ଟି ଚାଇନିଜ୍‌ ମୋବାଇଲ ଆପ୍‌କୁ ନିଷେଧ କରାଯିବା ଚୀନ ଉପରେ ଭାରତର ଡିଜିଟାଲ ଷ୍ଟ୍ରାଇକ୍‌ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ। ସେ ଗୁରୁବାର କହିଛନ୍ତି, ଭାରତ ଶାନ୍ତି ଚାହେଁ। କିନ୍ତୁ ଯଦି କେହି ଆମ ଉପରେ ଶତ୍ରୁ ଭଳି ନଜର ପକାଏ, ଦେଶ ତାହାର ଉପଯୁକ୍ତ ଜବାବ ଦେବାକୁ ସକ୍ଷମ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵକୁ ପ୍ରଶଂସା କରି ରବିଶଙ୍କର କହିଛନ୍ତି, ଯଦି ଆମ ଦେଶ ୨୦ ଯବାନଙ୍କୁ ହରାଇଛି, ତେବେ ଚୀନର ଦୁଇଗୁଣା ସୈନ୍ୟ ନିହତ ହୋଇଛନ୍ତି।

ସେ ଆହୁରି କହିଛନ୍ତି, ବର୍ତ୍ତମାନ ଆପଣମାନେ କେବଳ ୨ଟି ‘ସି’ ବିଷୟରେ ଶୁଣିପାରିବେ। ଗୋଟିଏ ହେଲା କରୋନା ଭାଇରସ୍‌ ଏବଂ ଅନ୍ୟଟି ଚୀନ। ଆମେ ଶାନ୍ତିରେ ବିଶ୍ଵାସ କରୁ ଏବଂ ସମସ୍ୟାକୁ ଆଲୋଚନା ମାଧ୍ୟମରେ ସମାଧାନ କରୁ। ଭାରତ ଏହାର ଦେଶବାସୀଙ୍କ ତଥ୍ୟକୁ ସୁରକ୍ଷା ଦେବା ଲାଗି ଚୀନ ଉପରେ ଡିଜିଟାଲ ଷ୍ଟ୍ରାଇକ କରିଛି। କିନ୍ତୁ ତୃଣମୂଳ କଂଗ୍ରେସ(ଟିଏମସି) କାହିଁକି ଚାଇନିଜ ଆପ୍‌ ନିଷେଧକୁ ବିରୋଧ କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି।

- Advertisement -

ପଶ୍ଚିମବଙ୍ଗର ଶାସକ ଟିଏମସି ନିକଟରେ କେନ୍ଦ୍ରକୁ ପ୍ରଶ୍ନ କରିଥିଲା ଯେ, ଆମେ କାହିଁକି ଚାଇନିଜ ଆପ୍‌ଗୁଡ଼ିକୁ ନିଷେଧ କରୁନାହୁଁ। ଏବେ ପୁଣି ପ୍ରଶ୍ନ କରୁଛି ଯେ ଆମେ କାହିଁକି ଆପ୍‌ଗୁଡ଼ିକୁ ନିଷେଧ କଲୁ। ପଶ୍ଚିମବଙ୍କ ସରକାରଙ୍କ ଏଭଳି ଆଭିମୁଖ୍ୟ ଆମକୁ ଆଶ୍ଚର୍ଯ୍ୟ କରୁଛି। ଦେଶ ପ୍ରତି ବିପଦ ସମୟରେ ସେମାନେ କାହିଁକି ସରକାର ସହିତ ଛିଡ଼ା ହୋଇପାରୁ ନାହାନ୍ତି ବୋଲି ରବିଶଙ୍କର ପ୍ରଶ୍ନ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories