www.samajalive.in
Saturday, December 6, 2025
14.1 C
Bhubaneswar

ଚାଇନାରେ ଘୁଷୁରୀ ଠାରେ ମିଳିଲା ଜି-4 ଭାଇରସ ; ନେଇପାରେ ମହାମାରୀ ରୂପ

ବର୍ତମାନ ସାରା ବିଶ୍ୱରେ କରୋନା ଭାଇରସ କାରଣରୁ ଲକ୍ଷ ଲକ୍ଷ ଜୀବନ ଚାଲି ଯାଉଥିବା ବେଳେ ଆଉ ଏକ ଭାଇରସର ସନ୍ଧାନ ମିଳିଛି ଯାହାକି ପୁଣି ମହାମାରୀର ରୂପ ନେଇପାରେ। ଚୀନର ଗବେଶଣାକାରୀ ଏକ ନୂତନ ସ୍ଲାଇନ ଫ୍ଲୁର ସନ୍ଧାନ ପାଇଛନ୍ତି ବୋଲି ଜଣାପଡ଼ିଛି।
ଏହା ବିଷୟରେ ଆମେରିକାର ବିଜ୍ଞାନ ପତ୍ରିକା ପିଏଏନଏସରେ ସୋମବାର ପ୍ରକାଶିତ ହୋଇଥିବା ଏକ ଅଧ୍ୟୟନରେ କୁହାଯାଇଛି। ଏହି ଭାଇରସର ନାମ ଜି-4 ଦିଆଯାଇଛି।ଏହାସହ ଏହା ଆନୁବଂଶୀକ ରୂପରେ H1N1ର ହିଁ ଏକ ରୂପ ଯାହାକି ୨୦୦୯ରେ ମହାମାରୀର କାରଣ ହୋଇଥିଲା।
୨୦୧୧ରୁ ୨୦୧୮ ପର୍ଯ୍ୟନ୍ତ ଗବେଷଣାକାରୀମାନେ ୧୦ଟି ପ୍ରାନ୍ତ ଏବଂ ଏକ ପଶୁ ଚିକିତ୍ସା କେନ୍ଦ୍ରରୁ ୩୦,୦୦୦ ଘୁଷୁରୀ ନାକରେ ପରୀକ୍ଷଣ କରାଯାଇଥିଲା। ସେମାନଙ୍କୁ ପ୍ରାୟ ୧୭୯ ସ୍ଲାଇନ ଫ୍ଲୁ ଭାଇରସକୁ ଅଲଗା କରିବାର ଅନୁମତି ମିଳିଥିଲା।
ବିଷେଷଜ୍ଞଙ୍କ ମତାନୁଯାୟୀ, ଜି-4 ଅଧିକମାତ୍ରାରେ ବ୍ୟାପୁଥିବା ଏକ ସଂକ୍ରମିତ ଭାଇରସ ଅଟେ। ଏହା ପ୍ରାକୃତିକ ରୂପରେ ଏବଂ ଅନ୍ୟ ଭାଇରସ ତୁଳନାରେ ମନୁଷ୍ୟଙ୍କ ଶିରାପ୍ରଶିରାରେ ଏହାର ଅଧିକ ଲକ୍ଷଣ ଦେଖାଯାଇଥାଏ। ଏହି ଭାଇରସ ପଶୁମାନଙ୍କ ଦ୍ୱାରା ହିଁ ମନୁଷ୍ୟ ଶରୀରରେ ପହଂଚିଛି ମାତ୍ର ଏହା ମନୁଷ୍ୟ ଠାରୁ ମନୁଷ୍ୟ ଶରୀରକୁ ବଢିପାରେ ବୋଲି ଏଯାବତ କୁହାଯାଇପାରିବ ନାହିଁ।  ବୈଜ୍ଞାନିକମାନେ ଏହାକୁ ନେଇ ଚିନ୍ତାରେ ରହିଛନ୍ତି। ଆଗକୁ ଜି-4ଭାଇରସ ମନୁଷ୍ୟ ଶରୀର ସଂକ୍ରମଣ ହୋଇ ମହାମାରୀର ପ୍ରକୋପକୁ ବଢାଇବ, ଏହା ଚିନ୍ତାର ବିଷୟ ବୋଲି ଗବେଷଣାକାରୀ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories