www.samajalive.in
Saturday, December 6, 2025
15.1 C
Bhubaneswar

୧୪୦ ଭାଷାରେ ଗୀତ ଗାଇ ୱାଲ୍ଡ ରେକର୍ଡ କଲେ ଭାରତୀୟ ଯୁବତୀ

ନୂଆଦିଲ୍ଲୀ : ୧୪୦ ଭାଷାରେ ଗୀତ ଗାଇ ୱାଲ୍ଡ ରେକର୍ଡ କରିଛନ୍ତି ଜଣେ ଭାରତୀୟ ଯୁବତୀ । ତାଙ୍କ ଗୀତ ଗାଇବାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯୁବତୀ ଜଣକ କେରଳର ବାସୀନ୍ଦା ସୁଚେତା ସତୀଶ ବୋଲି ଜଣାପଡିଛି। ଦୁବାଇରେ ଆୟୋଜିତ ଏକ କନସର୍ଟରେ ଗୀତ ଗାଇ ସେ ରେକର୍ଡ ସୃଷ୍ଟି କରିଛନ୍ତି। ଏହି କନସର୍ଟ ଟାଇଟଲ ଥିଲା ଜଳବାୟୁ କନସର୍ଟ।

୨୦୨୩ ନଭେମ୍ବର ୨୪ ତାରିଖରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କିନ୍ତୁ ଏହା ଭିଡିଓ ବର୍ତ୍ତମାନ ଇନଷ୍ଟାରେ ସେୟାର କରାଯାଇଛି। ଅଲ ଇଣ୍ଡିଆ ରେଡିଓ ଏହି ଭିଡିଓଟିକୁ ଇନଷ୍ଟାରେ ସେୟାର କରିଛି। ଏଥିରେ ଉଲ୍ଲେଖ ରହିଛି ଯେ କେରଳ ର ବାସିନ୍ଦା ସୁକେତା ସତୀଶ ଏକ ସଙ୍ଗୀତ ସମାରୋହରେ ଅଧିକାଂଶ ଭାଷାରେ ଗୀତ ଗାଇବାର ଏକ ନୂତନ ବିଶ୍ୱ ରେକର୍ଡ ଓ ସୃଷ୍ଟି କରି ସଙ୍ଗୀତ ଇତିହାସରେ ତାଙ୍କ ନାଁ ରେକର୍ଡ କରିଛନ୍ତି।

- Advertisement -

ଗିନିଜ୍ ୱାଲ୍ଡ ରେକର୍ଡ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଦୁବାଇର ଇଣ୍ଡିଆନ କନସୁଲେଟ୍ ଅଡିଟୋରିୟମରେ ସୁଚେତା ୧୪୦ ଭାଷାରେ ଗୀତ ଗାଇଥିଲେ। ଦର୍ଶକମାନେ ସୁଚେତାଙ୍କ ଗୀତକୁ ବେଶ୍ ପ୍ରଶଂସା କରିଛନ୍ତି । ଏବଂ ଆଶ୍ଚର୍ଯ୍ୟ ପ୍ରକଟ ମଧ୍ୟ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories