www.samajalive.in
Saturday, December 6, 2025
26.1 C
Bhubaneswar

ପଞ୍ଚମ ଥର ପ୍ରଧାନମନ୍ତ୍ରୀ ହେବେ ଶେଖ୍‌‌ ହାସିନା

ନୂଆଦିଲ୍ଲୀ: ପଞ୍ଚମ ଥର ପାଇଁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ଶେଖ୍‌‌ ହାସିନା। ୭୬ ବର୍ଷୀୟ ହାସିନା ୱାଜେଦ ପୁଣି ଥରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଗାଦିରେ ବସିବାକୁ ଯାଉଛନ୍ତି। ବାଂଲାଦେଶର ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନପି) ଦ୍ୱାରା ନିର୍ବାଚନକୁ ବହିଷ୍କାର କରାଯିବା ସତ୍ୱେ ଗତକାଲି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୫୦ ପ୍ରତିଶତରୁ ଅଧିକ ଆସନରେ ହାସିନାଙ୍କ ଆୱାମୀ ଲିଗ୍‌‌ ବିଜୟ ହୋଇଛି। ବାଂଲାଦେଶ ନିର୍ବାଚନ ଆୟୋଗ ଗତକାଲି ବିଳମ୍ବିତ ରାତିରେ ଏନେଇ ଘୋଷଣା କରିବା ପରେ ହାସିନା ପଂଚମ ଥର ପାଇଁ ସରକାର ଗଢିବା ସ୍ପଷ୍ଟ ହୋଇଛି। ଆୱାମୀ ଲିଗ୍‌‌ ମୁଖ୍ୟ ଶେଖ୍‌‌ ହାସିନା ଗୋପାଳଗଞ୍ଜ-୩ ନିର୍ବାଚନମଣ୍ଡଳୀରୁ ଅଷ୍ଟମ ଥର ପାଇଁ ସଂସଦକୁ ନିର୍ବାଚିତ ହୋଇଛନ୍ତି। ପୂର୍ବରୁ ଶେଖ୍‌‌ ହାସିନା ୧୯୯୬ରୁ ୨୦୦୧ ମସିହା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ୨୦୦୯ରୁ ବର୍ତ୍ତମାନ ପର୍ଯ୍ୟନ୍ତ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories