www.samajalive.in
Sunday, December 14, 2025
19.1 C
Bhubaneswar

ଶତ ପ୍ରତିଶତ ବିଦ୍ୟୁତିକରଣ ମିଶନ ଦିଗରେ ଭାରତୀୟ ରେଳବାଇ

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ନିଜର ସମ୍ପୂର୍ଣ୍ଣ ବ୍ରଡଗେଜ୍ ନେଟୱର୍କ ବିଦ୍ୟୁତିକରଣର ମହତ୍ତ୍ବାକାଂକ୍ଷୀ ଯୋଜନା ପ୍ରାରମ୍ଭ କରିଛି । ଶତ ପ୍ରତିଶତ ବିଦ୍ୟୁତିକରଣ ମିଶନ ଦିଗରେ ଭାରତୀୟ ରେଳବାଇ ଅଗ୍ରସର ହେଉଛି । ଏହି ଯୋଜନା ଦ୍ବାରା କେବଳ ଉନ୍ନତ ଇନ୍ଧନ ଶକ୍ତିର ଉପଯୋଗ ହେବ ନାହିଁ, ଯଦ୍ବାରା ଉତ୍ପାଦନ ବଢ଼ିବ ଏବଂ ଏହା ସହିତ ଇନ୍ଧନ ଖର୍ଚ୍ଚ ହ୍ରାସ ହେବ ଓ ମୂଲ୍ୟବାନ ବିଦେଶୀ ମୁଦ୍ରାର ସଞ୍ଚୟ ମଧ୍ୟ ହୋଇ ପାରିବ ।
ଆର୍ଥିକ ବର୍ଷ ୨୦୨୨-୨୩  ଅକ୍ଟୋବର ପର୍ଯ୍ୟନ୍ତ ଭାରତୀୟ ରେଳବାଇ ୧୨୨୩ ରୁଟ୍ କିଲୋମିଟରର ବିଦ୍ୟୁତିକରଣର କାର୍ଯ୍ୟ ଶେଷ କରିଛି । ଆର୍ଥିକ ବର୍ଷ ୨୦୨୧-୨୨ର ଏହି ଅବଧି ମଧ୍ୟରେ ୮୯୫ ରୁଟ୍ କିଲୋମିଟରର ବିଦ୍ୟୁତିକରଣ ହୋଇଥିଲା । ଏହା ଗତ ବର୍ଷର ସମାନ ଅବଧିର ପରିସଂଖ୍ୟାନ ଠାରୁ ୩୬.୬୪ ପ୍ରତିଶତ ଅଧିକ।
ଭାରତୀୟ ରେଳବାଇ ଇତିହାସରେ ୨୦୨୧-୨୨ ସମୟରେ ୬୩୬୬ ରୁଟ୍ କିଲୋମିଟରର ରେକର୍ଡ଼ ବିଦ୍ୟୁତିକରଣ କରାଯାଇଛି । ଏହା ପୂର୍ବରୁ ୨୦୨୦-୨୧ରେ ସବୁଠାରୁ ଅଧିକ ୬୦୧୫ ରୁଟ୍ କିଲୋମିଟରର ବିଦ୍ୟୁତିକରଣ ହୋଇଥିଲା।
ଅକ୍ଟୋବର  ୩୧ ସୁଦ୍ଧା ଭାରତୀୟ ରେଳର ବ୍ରଡଗେଜ୍ ନେଟୱର୍କ ୬୫,୧୪୧ ରୁଟ୍ କିଲୋମିଟର (କେଆରସିଏଲ୍ ସହିତ) ମଧ୍ୟରୁ ୫୩,୪୭୦ ବ୍ରଡଗେଜ୍ ରୁଟ୍ କିଲୋମିଟରର ବିଦ୍ୟୁତିକରଣ କରାଯାଇଛି, ଯାହା ସମୁଦାୟ ବ୍ରଡଗେଜ୍ ନେଟୱର୍କର ୮୨.୦୮ ପ୍ରତିଶତ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories