www.samajalive.in
Monday, December 8, 2025
14.1 C
Bhubaneswar

ଚାଷୀଙ୍କ କାମରେ ଆସୁନି ମିନି ଶୀତଳ ଭଣ୍ଡାର

ଝୁମ୍ପୁରା: ଚାଷୀଙ୍କ ପାଇଁ ସରକାର ବହୁବିଧି ଯୋଜନା ଲାଗୁ କରିଛନ୍ତି । ସରକାରଙ୍କ ଯୋଜନା ଯୋଜନା ବାଟରେ ଯାଉଛି ହେଲେ ଚାଷୀମାନେ ସରକାରଙ୍କ ଯୋଜନାରେ ସାମିଲ ହେବା ଆଗରୁ ଯୋଜନାଗୁଡିକ ଦିଗହରା ହୋଇ ପଡୁଥିବା ଦେଖିବାକୁ ମିଳିଛି । ଝୁମ୍ପୁରା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ବ୍ଲକ ହୋଇଥିବାରୁ ଏହି ବ୍ଲକର ଚାଷୀମାନଙ୍କ ପାଇଁ ବ୍ଲକର ବିଭିନ୍ନ ସ୍ଥାନରେ ମିନି ଶୀତଳ ଭଣ୍ଡାର ନିର୍ମାଣ କରାଯାଇଛି । ବ୍ଲକର ଅସନପାଟ ପଞ୍ଚାୟତର ବଡପଶି ଗ୍ରାମରେ ସରକାର ଅମ୍ବାଡିସୀ ଯୋଜନାରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ମିନି ଶୀତଳ ଭଣ୍ଡାର ନିର୍ମାଣ କଲେ ସତ କିନ୍ତୁ ଶୀତଳ ଭଣ୍ଡାର ଦିନକ ପାଇଁ ଚାଷୀଙ୍କ କାମରେ ଲାଗିବା ପୂର୍ବରୁ ଶୀତଳ ଭଣ୍ଡାର ବ୍ୟାଟେରୀଠାରୁ ଅନ୍ୟାନ୍ୟ ସମାଗ୍ରୀ ଚୋରି ହୋଇଗଲା । ଏହି ପଞ୍ଚାୟତର ବିଭିନ୍ନ ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠିମାନେ ମିଳିତ ଭାବରେ ପନିପରିବା ଚାଷ କରିଥାନ୍ତି । ପନିପରିବା ଯେଉଁ ସମୟରେ ବଜାରରେ ଶସ୍ତା ହୋଇଯାଏ ସେହି ସମୟରେ ମହିଳା ଚାଷୀମାନେ ଉତ୍ପାଦନ କରିଥିବା ପନିପରିବା ଗୁଡିକୁ ଏହି ମିନି ଶୀତଳ ଭଣ୍ଡାରରେ ରଖିବା ପରେ ବଜାରରେ ପନି ପରିବାର ପୁଣି ଚାହିଦା ବଢିଲେ ଶୀତଳ ଭଣ୍ଡାରରୁ ବାହାର କରି ବଜାରରେ ବିକ୍ରି କରିବାର ବ୍ୟବସ୍ଥା ରହିଛି । ଏହି ଶୀତଳ ଭଣ୍ଡାରେ ୧୫ କ୍ବିଣ୍ଟାଲ ପର୍ଯ୍ୟନ୍ତ ପନିପରିବା ସାଇତି ରଖିବାର ବ୍ୟବସ୍ଥା ରହିଛି । ବଡପଶିଠାରେ ନିର୍ମାଣ ହୋଇଥିବା ମିନି ଶୀତଳ ଭଣ୍ଡାର ପାଇଁ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କଲେ ସତ କିନ୍ତୁ ଏହା କାମରେ ଲାଗିବା ପୂର୍ବରୁ ସରକାର ପ୍ରଦାନ କରିଥିବ ଅର୍ଥରାଶି ପାଣିରେ ପଡିଲା । ସରକାର ମିଶନ ଶକ୍ତିକୁ ଆତ୍ମ ନିର୍ଭରଶୀଳ କରିବା ପାଇଁ ଯୋଜନା ପରେ ଯୋଜନା କରିବା ସହିତ ତାଙ୍କୁ ବିଭିନ୍ନ ଦାୟିତ୍ୱ ମଧ୍ୟ ପ୍ରଦାନ କରୁଛନ୍ତି । କିନ୍ତୁ ସରକାର କରିଥିବା ଯୋଜନା ଗୁଡିକୁ ତଦାରଖ କରିବା ପାଇଁ ବ୍ଲକ ସ୍ତରରେ ରହିଥିବା ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଯୋଜନାର ସୁଫଳ ପାଇ ପାରୁନାହାନ୍ତି ମହିଳା ଚାଷୀମାନେ। ବଡପଶିଠାରେ ନିର୍ମାଣ ହୋଇଥିବା ମିନି ଶୀତଳ ଭଣ୍ଡାର ପାଇଁ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କଲେ ଶୀତଳ ଭଣ୍ଡାର ସମସ୍ତ ଯନ୍ତ୍ର ଦିନକୁ ଦିନ ଚୋରି ହୋଇ ଯାଉଥିଲେ ମଧ୍ୟ ବ୍ଲକ ପ୍ରଶାସନ ତରଫରୁ ଏହାକୁ ସୁରକ୍ଷିତ ଭାବରେ ରଖିବା ଦିଗରେ କାହିଁକି ଧ୍ୟାନ ଦେଉ ନାହାନ୍ତି ବୋଲି ଏଠାରେ ପ୍ରଶ୍ନ ଉଠୁଛି । ବ୍ଲକ ପ୍ରଶାସନର ସରକାରଙ୍କ ଅର୍ଥକୁ ସୁରକ୍ଷା ଦେବାକୁ ଉଚିତ ମଣୁ ନାହାନ୍ତି ନା କ’ଣ ପାଇଁ ଏହି ଶୀତଳ ଭଣ୍ଡାର ମାଟିରେ ମିଶିବାକୁ ବସିଲାଣି ତଥାପି ଏହାର ସୁରକ୍ଷା ଦେବାକୁ ଦିନକ ପାଇଁ ଚିନ୍ତା କରୁନାହାନ୍ତି ବୋଲି ଜନସାଧାରଣରେ ଆଲୋଚନା ହେଉଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories