www.samajalive.in
Saturday, December 6, 2025
16.1 C
Bhubaneswar

୪୬ଟି ଟ୍ରେନ୍‌ରେ ଲାଗିଲା ଅତିରିକ୍ତ ୯୨ ବଗି

ନୂଆଦିଲ୍ଲୀ: ଟ୍ରେନ୍‌ର ଜେନେରାଲ ବଗିରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସୁବିଧା ନିମନ୍ତେ ପଦକ୍ଷେପ ଗ୍ରହଣ କରିଛି ଭାରତୀୟ ରେଳ ବିଭାଗ। ୪୬ଟି ଦୂରଗାମୀ ଟ୍ରେନ୍‌ରେ ୯୨ଟି ଅତିରିକ୍ତ ବଗି ଲଗାଯାଇଥିବା ରେଳ ବିଭାଗ ତରଫରୁ ସୂଚନା ଦିଆଯାଇଛି। ବେଙ୍ଗାଲୁରୁ ସିଟି ବେଲଗାଭି ସୁପରଫାଷ୍ଟ ଏକ୍ସପ୍ରେସ୍‌, ଚେନ୍ନଇ ସେଣ୍ଟ୍ରାଲ୍‌ ହୁବଲି ସୁପରଫାଷ୍ଟ ଏକ୍ସପ୍ରେସ୍‌, ମୁମ୍ବଇ ବେଙ୍ଗାଲୁରୁ ଉଡାୟନ ଏକ୍ସପ୍ରେସ୍‌, ମୁମ୍ବଇ ଅମରାବତୀ ସୁପରଫାଷ୍ଟ, ଗୁଆହାଟୀ ଲୋକମାନ୍ୟ ତିଲକ ଏକ୍ସପ୍ରେସ୍‌, ଗୁଆହାଟୀ ଜମ୍ମୁ ତାୱି ଏକ୍ସପ୍ରେସ ଆଦିରେ ନୂତନ ବଗି ସଂଯୋଗ କରାଯାଇଛି। ଏଥିସହ ଆଉ ୨୨ଟି ଟ୍ରେନ୍‌ରେ ଅତିରିକ୍ତ ଜେନେରାଲ ବଗି ସଂଯୋଗ କରିବାକୁ ଯୋଜନା ରହିଥିବା ରେଳ ବିଭାଗ ତରଫରୁ ସୂଚନା ଦିଆଯାଇଛି। ୨୦୨୪-୨୫ ଓ ୨୦୨୫-୨୬ରେ ଅତିରିକ୍ତ ୧୦ ହଜାର ବଗି ନିର୍ମାଣ କରିବାକୁ ଯୋଜନା ରହିଥିବା ମନ୍ତ୍ରଣାଳୟ ଦର୍ଶାଇଛି। ସେଥିମଧ୍ୟରେ ୩୨ଟି ପାର୍ସଲ ଭ୍ୟାନ ଓ ୫୫ଟି ପାନ୍‌ଟ୍ରି କାର୍‌ ବଗି ନିର୍ମାଣ କରାଯିବ। ଚଳିତବର୍ଷ ରେଳ ବିଭାଗ ତରଫରୁ ୨୬୦୫ଟି ଜେନେରାଲ ବଗି ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଜନୈକ ଅଧିକାରୀ ସୂଚନା ଦେଇଛନ୍ତି।

ବିବାହ ମାମଲାରେ ଇମ୍ରାନଙ୍କୁ ଆଶ୍ଵସ୍ତି

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories