www.samajalive.in
Saturday, December 13, 2025
23.1 C
Bhubaneswar

ଆଗାମୀ ଟ୍ବେଣ୍ଟି-୨୦ ଓ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା : ବୁମରା ଓ ଧାୱନଙ୍କ ପ୍ରତ୍ୟାବର୍ତ୍ତନ

ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ ଠାରୁ ଉଭୟ ଟ୍ବେଣ୍ଟି-୨୦ ଓ ଦିନିକିଆ ସିରିଜରେ ବିଜୟ ହାସଲ କରି ଭାରତୀୟ କ୍ରିକେଟ ଦଳ ପୁରୁଣା ବର୍ଷକୁ ବିଦାୟ ଦେଇଛି। ଗତ କାଲି(ରବିବାର) ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ରବିବାର କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ବର୍ଷର ଅନ୍ତିମ ମ୍ୟାଚ ଖେଳାଯାଇଥିଲା। ଯେଉଁ ମ୍ୟାଚରେ ଭାରତ ବିଜୟ ହାସଲ କରି ସିରିଜ ହାତେଇଥିଲା। ତେବେ ଆଗାମୀ ବର୍ଷ ଅର୍ଥାତ ନୂଆ ବର୍ଷ ୨୦୨୦ ଜାନୁଆରୀରେ ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷରେ ଟ୍ବେଣ୍ଟି-୨୦ ଓ ଅଷ୍ଟ୍ରେଲିଆ ବିପକ୍ଷରେ ନିନିକିଆର ସିରିଜ ଖେଳିବ। ଉଭୟ ସିରିଜ ଭାରତରେ ଖେଳିଯିବ। ଜାନୁଆରୀ ୫ରୁ ଶ୍ରୀଲଙ୍କା ବିପକ୍ଷ ତିନିଟିକିଆ ଟ୍ବେଣ୍ଟି-୨୦ ସିରିଜ ଆରମ୍ଭ ହେବ। ଉଭୟ ସିରିଜ ପାଇଁ ସୋମବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଆଘାତ କାରଣରୁ କିଛି ଦିନ ହେବ ଦଳରୁ ବାଦ ପଡିଥିବା ଭାରତୀୟ ଦଳର ଷ୍ଟାର ଦ୍ରୁତ ବୋଲର ଜଶପ୍ରୀତ ବୁମରାଙ୍କୁ ଦଳରେ ସାମିଲ କରାଯାଇଛି। ସେହିଭଳି ଆହତ ହୋଇ କିଛି ଦିନ ହେବା ବିଶ୍ରାମ କରୁଥିବା ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧାବନଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି। ଉଭୟ ଖେଳାଳି ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି-୨୦ ଓ ଅଷ୍ଟ୍ରେଲିଆ ବିପକ୍ଷ ନିନିକିଆ ମ୍ୟାଚ ଖେଳିବେ।
ଅନ୍ୟପକ୍ଷରେ ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି-୨୦ ସିରିଜରେ ହିଟ ମ୍ୟାନ ରୋହିତ ଶର୍ମା ଓ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ବିଶ୍ରାମ ଦିଆଯାଇଛି।
ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି-୨୦ ସିରିଜ ପାଇଁ ଭାରତୀୟ ଦଳ
ବିରାଟ୍ କୋହଲି (ଅଧିନାୟକ), ଶିଖର ଧାୱନ୍‌, କେଏଲ ରାହୁଲ୍‌, ଶ୍ରେୟସ୍ ଆୟର୍‌, ରିଷଭ ପନ୍ତ(ୱିକେଟକିପର), ରବୀନ୍ଦ୍ର ଜାଡେଜା, ଶିବମ ଦୁବେ, ୟୁଜବେନ୍ଦ୍ର ଚହଲ୍‌, କୂଳଦୀପ ଯାଦବ, ଯଶପ୍ରୀତ ବୁମରା, ନଭଦୀପ ସାଇନି, ଶାର୍ଦ୍ଦୁଲ ଠାକୁର, ମନିଷ ପାଣ୍ଡେ, ୱାଶିଂଟନ୍ ସୁନ୍ଦର, ସଞ୍ଜୁ ସାମସନ୍।


ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ପାଇଁ ଭାରତୀୟ ଦଳ
ବିରାଟ୍ କୋହଲି (ଅଧିନାୟକ), ଶିଖର ଧାୱନ୍‌, ରୋହିତ୍ ଶର୍ମା, କେଏଲ ରାହୁଲ୍‌, ଶ୍ରେୟସ୍ ଆୟର୍‌, ମନିଷ ପାଣ୍ଡେ, ରିଷଭ ପନ୍ତ (ୱିକେଟକିପର), କେଦାର ଯାଦବ, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, କୂଳଦୀପ ଯାଦବ, ୟୁଜବେନ୍ଦ୍ର ଚହଲ୍‌, ନଭଦୀପ ସାଇନି, ଶାର୍ଦ୍ଦୁଲ ଠାକୁର, ଯଶପ୍ରୀତ ବୁମ୍ରା।

- Advertisement -

Hot this week

ପୂର୍ବରୁ ୧୩ଥର ହୋଇସାରିଛନ୍ତି , ଏବେ ପୁର୍ନବାର କାହିଁକି ?

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

Related Articles

Popular Categories