ତଟରକ୍ଷୀ ବାହିନୀ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

0

ମୁମ୍ବଇ : ଭାରତୀୟ ତଟରକ୍ଷୀ ବାହିନୀର ଏକ ହେଲିକପ୍ଟର ଶନିବାର ମହାରାଷ୍ଟ୍ରର ରାୟଗଡ ଜିଲାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ମୁମ୍ବଇରୁ ହେଲିକପ୍ଟରଟି ନିୟମିତ ଉଡାଣ ଆରମ୍ଭ କରିବାର ୨୫ ମିନିଟ ମଧ୍ୟରେ ଏଥିରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଫଳରେ ପାଇଲଟ ଏହାକୁ ସମୁଦ୍ରବେଳାରେ ଜରୁରୀ ଅବତରଣ କରିବାକୁ ବାଧ୍ୟ ହୋଇଥିଲେ। ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ଚାରିଜଣ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି। ଆହତଙ୍କୁ ମୁମ୍ବଇସ୍ଥିତ ନୌସେନା ହାସପାତାଳରେ ଭର୍ତ୍ତି କରାଯାଇଛି।

Leave A Reply