www.samajalive.in
Saturday, December 6, 2025
26.1 C
Bhubaneswar

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଅମ୍ବାତି ରାୟୁଡୁ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ତଥା ମଧ୍ୟକ୍ରମ ବ୍ୟାଟ୍ସମାନ ଅମ୍ବାତି ରାୟୁଡୁ ବୁଧବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଭାରତୀୟ କ୍ରିକେଟ ନିୟନ୍ତ୍ରକ ବୋର୍ଡ (ବିସିସିଆଇ)କୁ ଚିଠି ଲେଖି ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ପ୍ରାରୂପ (ଫର୍ମାଟ)ରୁ ଅବସର ନେବାର ନିଜ ନିଷ୍ପତ୍ତି ବିଷୟରେ ଜଣାଇଛନ୍ତି। ଚଳିତ କ୍ରିକେଟ ବିଶ୍ୱକପର ୧୫ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳରେ ତାଙ୍କୁ ସ୍ଥାନ ମିଳିନଥିଲା। ୩୩ ବର୍ଷିୟ ଅମ୍ବାତି ରାୟୁଡୁଙ୍କ ସ୍ଥାନରେ ଯୁବ କ୍ରିକେଟର ବିଜୟ ଶଙ୍କରଙ୍କୁ ଚୟନ କରାଯାଇଥିଲା। ତବେ ଆଇପିଏଲ ଖେଳିବେ କି ନାହିଁ ତାହା ରାୟୁଡୁ ସ୍ପଷ୍ଟ କରିନାହାନ୍ତି।
୨୦୧୩ ଜୁଲାଇ ୨୪ରେ ଜିମ୍ବାୱେ ବିରୋଧରେ ଖେଳାଯାଇଥିବା ଦିନିକିଆ ମ୍ୟାଚରେ ସେ ଡେବ୍ୟୁ କରିଥିଲେ। ଏହି ମ୍ୟାଚରେ ସେ ୬୩ ରନ କରିଥିଲେ। ରାୟୁଡୁ ନିଜ ଶେଷ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଚଳିତ ବର୍ଷ ମାର୍ଚ୍ଚ ୮ରେ ଅଷ୍ଟ୍ରେଲିଆ ବିରୋଧରେ ଖେଳିଥିଲେ। ନିଜ ଶେଷ ଦିନିକିଆ ମ୍ୟାଚରେ ରାୟୁଡୁ ୨ ରନ କରିଥିଲେ। ରାୟୁଡୁ ୫୫ଟି ଅନ୍ତର୍ଜାତୀୟ ଦିନିକିଆରେ ୪୭.୫ ହାରଜରେ ୧୬୯୪ ରନ କରିଛନ୍ତି। ଏହା ମଧ୍ୟରେ ୩ଟି ଶତକ ଓ ୧୦ଟି ଅର୍ଦ୍ଧଶତକ ରହିଛି। ରାୟୁଡୁ ୬ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ୧୦.୫୦ ହାରରେ ୪୨ ରନ କରିଛନ୍ତି। ତାଙ୍କୁ ଟେଷ୍ଟ ମ୍ୟାଚ ଖେଳିବାର ସୁଯୋଗ ମିଳିନଥିଲା।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories