www.samajalive.in
Saturday, December 6, 2025
26.1 C
Bhubaneswar

ସମ୍ପର୍କରେ ମଧୁରତା ପାଇଁ ଘରେ ଲଗାନ୍ତୁ ପେଙ୍ଗସୁଇ ପ୍ରଜାପତି

ସୁନ୍ଦର ଘର ତାହାକୁ କୁହାଯାଏ ଯେଉଁଠାରେ ହସଖୁସିର ବାତାବରଣ , ସମ୍ପର୍କରେ ମଧୁରତା ଓ ସୁଖପୂର୍ଣ୍ଣ ଭବିଷ୍ୟର କଳ୍ପନା ହୋଇଥାଏ। ଏପରି ଘରର କାମନା ସଭିଏଁ କରିଥାଆନ୍ତି। ସଭିଏଁ ଚାହିଁଥାଆନ୍ତି ଘରେ ସର୍ବଦା ହସଖୁସିର ବାତାବରଣ ରହୁ। ଏହା ପାଇଁ ଏକ ସରଳ ଉପାୟ ରହିଛି। ତାହା ହେଉଛି ପେଙ୍ଗସୁଇ ପ୍ରଜାପତି। ଏହାକୁ ଘରେ ରଖିବା ଦ୍ୱାରା ପରିବାରର ସଦସ୍ୟଙ୍କ ସମ୍ପର୍କରେ ମଧୁରତା ଓ ହସଖୁସିର ବାତାବରଣ ରହିଥାଏ।
ପ୍ରଜାପତିମାନଙ୍କ ସମ୍ବନ୍ଧ ସୁନ୍ଦରତା ଓ ହସଖୁସି ସହ ଜଡ଼ିତ। ଯେପରି ପ୍ରଜାପତିମାନେ ନିଜର ସୁନ୍ଦରତା ଦ୍ୱାରା ଯେକୌଣସି ବଗିଚାର ସୁନ୍ଦରତାକୁ ଦୁଇ ଗଣିତ କରିଦେଇଥାଆନ୍ତି, ସେହିପରି ପେଙ୍ଗସୁଇ ପ୍ରଜାପତିମାନେ ଘରର ସୁଖଶାନ୍ତି ଓ ହସଖୁସିର ବାତାବରଣ ସୃଷ୍ଟି କରିବା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥାଆନ୍ତି।
ନିଜ ମନ ପସନ୍ଦର ଜୀବନସାଥି ଅଥବା ପ୍ରେମ ସମ୍ପର୍କକୁ ଦୃଢ କରିବା ପାଇଁ ମଧ୍ୟ ପେଙ୍ଗସୁଇ ପ୍ରଜାପତି ଚିତ୍ରର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ନିଜ ଘରେ ଏହି ପ୍ରଜାପତିର ଚିତ୍ରକୁ ଲଗାନ୍ତୁ , ଖୁବ ଶୁଭଫଳ ପାଇବେ।
ଯଦି ଆପଣ ନିଜ ମନପସନ୍ଦର ଜୀବନ ସାଥିକୁ ବିବାହ କରିବାକୁ ଚାହୁଁଛନ୍ତି, ତେବେ ପେଙ୍ଗସୁଇ ପ୍ରଜାପତି ଚିତ୍ରକୁ ନିଜ ଶୟନ କକ୍ଷରେ ନିଶ୍ଚୟ ଲଗାନ୍ତୁ।
ଦାମ୍ପତ୍ୟ ଜୀବନ ସୁଖମୟ କରିବା ପାଇଁ ମଧ୍ୟ ଏହାକୁ ନିଜ ଶୟନ କକ୍ଷରେ ଲଗାନ୍ତୁ।
ପିଲାମାନଙ୍କ ପଢା କକ୍ଷରେ ମଧ୍ୟ ଏହାକୁ ଲଗାଇ ପାରିବେ। ଏପରି କରିବା ପରେ ପିଲାଙ୍କର ପାଠପଢା ପ୍ରତି ଏକାଗ୍ରତା ବଢିବା ସହ ଭଲପାଠ ହୋଇଥାଏ।
ମାତ୍ର ଏହି ପେଙ୍ଗସୁଇ ପ୍ରଜାପତି ଚିତ୍ରକୁ ଘରେ ସମ ସଂଖ୍ୟାରେ ହିଁ ଲଗାଇବେ। ଯେପରି ୨ , ୪, ୬, ୮।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories