www.samajalive.in
Sunday, December 14, 2025
17.1 C
Bhubaneswar

ଭାରତ ଚତୁର୍ଥ ମହାଶକ୍ତି

ନୂଆଦିଲ୍ଲୀ : ବିଭିନ୍ନ ଦେଶର ସେନା ବାହିନୀର ଶକ୍ତି ଓ ସାମର୍ଥ୍ୟକୁ ନେଇ ଏକ ବୈଶ୍ୱିକ ତାଲିକା ପ୍ରକାଶ ପାଇଛି। ଗ୍ଲୋବାଲ ଫାୟାର ପାୱାର ଇଣ୍ଡେକ୍ସ (ଜିଏଫଆଇ) ଏବଂ କ୍ରେଡିଟ୍‌ ସ୍ୟୁଇସେ ଦ୍ୱାରା ପ୍ରସ୍ତୁତ ଏହି ଶକ୍ତିଶାଳୀ ସଶସ୍ତ୍ର ସେନା ତାଲିକାର ପ୍ରଥମ ସ୍ଥାନରେ ଆମେରିକା ଥିବାବେଳେ ଦ୍ୱିତୀୟ ସ୍ଥାନରେ ରୁଷ୍‌ ଓ ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ଯଥାକ୍ରମେ ଚୀନ୍‌ ଓ ଭାରତ ରହିଛନ୍ତି। ତେବେ ଦୈନିକ ସୀମାନ୍ତରେ ଅସ୍ତ୍ରବିତରତି ଉଲ୍ଲଙ୍ଘନ କରୁଥିବା ତଥା ପରମାଣୁ ଅସ୍ତ୍ର ପ୍ରୟୋଗର ଧମକ ଦେଉଥିବା ପଡୋଶୀ ପାକିସ୍ତାନ କିନ୍ତୁ ଏହି ସାମର୍ଥ୍ୟ ସାମରିକ ବାହିନୀ ତାଲିକାରେ ୧୨ ନମ୍ବର ସ୍ଥାନରେ ରହିଛି।
ବିଭିନ୍ନ ଦେଶର ପ୍ରତିରକ୍ଷା ବିଭାଗର ବ୍ୟୟବରାଦ, ସୈନ୍ୟଶକ୍ତି, ରହିଥିବା ଟ୍ୟାଙ୍କ୍‌, ବାୟୁ ସେନା ଯୁଦ୍ଧ ଜାହାଜ, ନୌସେନା ଓ ଏହାର ଯୁଦ୍ଧପୋତର ପରିସଂଖ୍ୟାନକୁ ନେଇ ପ୍ରତିରକ୍ଷା ଶକ୍ତି ସଂପର୍କରେ ଆକଳନ କରାଯାଇଛି। ପ୍ରତିରକ୍ଷା ବିଶେଷଜ୍ଞଙ୍କ ଦ୍ୱାରା ସଂଗୃହୀତ ତଥ୍ୟ ଓ ବିଶ୍ଲେଷଣକୁ ବିଚାରକୁ ନିଆଯାଇ ଏଭଳି ପ୍ରତିରକ୍ଷା ସାମର୍ଥ୍ୟ ସଂପର୍କରେ ତାଲିକା ପ୍ରସ୍ତୁତ କରିଛନ୍ତି ଏହି ଦୁଇ ନିରପେକ୍ଷ ସଂସ୍ଥା। ପ୍ରତି ଦେଶର ସେନାବାହିନୀରେ କେତେ ସଂଖ୍ୟକ ସ୍ଥଳସୈନ୍ୟ, ବାୟୁସୈନ୍ୟ ଓ ନୌସୈନ୍ୟ ରହିଛନ୍ତି ତାହାକୁ ହିସାବକୁ ନିଆଯାଇଛି। ଗୋଟିଏ ରାଷ୍ଟ୍ର ନିକଟରେ କେତୋଟି ସକ୍ରିୟ ଯୁଦ୍ଧଜାହାଜ, ନୌସେନା ପୋତ, ସ୍ଥଳଭାଗରେ ଲଢିପାରୁଥିବା କ୍ଷମତାଶାଳୀ ଟ୍ୟାଙ୍କ, ଅନ୍ୟାନ୍ୟ ଆନୁସଙ୍ଗିକ ଯୁଦ୍ଧାସ୍ତ୍ର, ଭୌଗୋଳିକ ପରିସୀମା, ଆଣବିକ ଯୁଦ୍ଧାସ୍ତ୍ରର ଦୂରଗାମୀ ତଥା ଲକ୍ଷ୍ୟଭେଦୀ କ୍ଷମତା, ଯୁଦ୍ଧ ହେଲେ ଗୁଳିଗୋଳା ଓ ଅନ୍ୟାନ୍ୟ ଯନ୍ତ୍ରାଂଶକୁ ଯୁଦ୍ଧକ୍ଷେତ୍ରକୁ ପରିବହନ କରିବାର ଆନୁସଙ୍ଗିକ ବ୍ୟବସ୍ଥାକୁ ହିସାବକୁ ନିଆଯାଇ ଏହି ପ୍ରତିରକ୍ଷା କ୍ଷମତାଧାରୀ ରାଷ୍ଟ୍ର ତାଲିକା ପ୍ରସ୍ତୁତ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories