www.samajalive.in
Tuesday, December 9, 2025
26.1 C
Bhubaneswar

ଶାନ୍ତି ଭଙ୍ଗକାରୀଙ୍କୁ ନିପାତ କରିବୁ: ସେନା

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପଡୋଶୀ ପାକିସ୍ତାନ ରାଜନୈତିକ ଦଳ ଓ ସେଠାକାର ଶାସନ ମୁଖ୍ୟ ଯେଉଁ ଧମକ ଦେଉଛନ୍ତି ତାହାକୁ ହାସ୍ୟାସ୍ପଦ ବୋଲି କହିଛି ଭାରତୀୟ ସେନା। କାଶ୍ମୀରରେ ପୁଲୱାମା ଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଧମକକୁ ଦୁର୍ଭାଗ୍ୟଜନକ କହିଛି ସେନା। ଏବେ ଯିଏ କାଶ୍ମୀରରେ ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରିବ ତାକୁ ନିପାତ କରିବୁ ବୋଲି ସିଧାସଳଖ ଚେତାବନୀ ଦେଇଛି ଭାରତୀୟ ସେନା। ପାକିସ୍ତାନ ଓ ତା’ର ଆର୍ମି କାଶ୍ମୀରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିବା ଲାଗି ଷଡ଼ଯନ୍ତ୍ର କରୁଛି। ତେବେ ଏଭଳି ଷଡ଼ଯନ୍ତ୍ରକୁ ପଣ୍ଡ କରିବା ସହ ଏଭଳି ଶକ୍ତିକୁ ସମୂଳେ ଧ୍ବଂସ କରିବାକୁ ଚେତାବନୀ ଦେଇଛନ୍ତି ସିନାର କ୍ରପ୍‌ସ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ କେଜେଏସ ଧୀଲନ୍‌। ଭାରତୀୟ ସେନା ପାକ୍‌ ସୀମାରେ କ୍ଲଷ୍ଟର ବୋମା ପ୍ରୟୋଗ କରୁଛି ବୋଲି ପାକିସ୍ତାନ ଯେଉଁ ଅଭିଯୋଗ କରୁଛି ତାହା ଧୀଲନ୍‌ ଖଣ୍ଡନ କରିବା ସହ ଏହା ଇସଲାମାବାଦର ଆଉ ଏକ ମିଛ ବୋଲି କହିଛନ୍ତି। ପାକିସ୍ତାନ ସେନାକୁ ସିଧାସଳଖ ଚେତାବନୀ ଦେଇ ଲେଫ୍ଟନାଣ୍ଟ ଜେନେରାଲ କେଜେଏସ ଧୀଲନ୍‌ କହିଛନ୍ତି ଏଣିକି ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଂଙ୍ଘନ କଲେ ପାକିସ୍ତାନ ତା’ର ପରିଣତି ଭୋଗିବ।

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories