ପ୍ରଥମ ଟେଷ୍ଟ ; ୪୬ ରନ୍ରେ ଭାରତ ଅଲ୍ଆଉଟ୍
ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଚାଲିଥିବା ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଆଜି ପ୍ରଥମ ଟେଷ୍ଟର ୨ୟ ଦିନ ଥିବା ବେଳେ ପ୍ରଥମ ଇନିଂସରେ ମାତ୍ର ୪୬ ରନ୍ରେ ଭାରତ ଅଲ୍ଆଉଟ୍ ହୋଇଛି । କୌଣସି ରନ୍ ନକରି ୫ ଖେଳାଳି ଆଉଟ୍ ହୋଇଛନ୍ତି । ନ୍ୟୁଜିଲାଣ୍ଡର ହେନରୀଙ୍କୁ ୫, ରାଉର୍କେଙ୍କୁ ୪ଟି ୱିକେଟ୍ ମିଳିଛି ।
ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟରେ ବିରାଟ କୋହଲି,ସରଫରାଜ୍ ଶୂନରେ ଆଉଟ୍ ହୋଇଛନ୍ତି । କେ ଏଲ ରାହୁଲ, ଜାଡେଜା, ଅଶ୍ୱିନୀ ବି ଖାତା ଖୋଲି ନାହାଁନ୍ତି । ଜୟସ୍ୱାଲ-୧୩, ରୋହିତ ଶର୍ମା -୨ ରନ୍ରେ ଆଉଟ୍ ହୋଇଛନ୍ତି । ରିଷଭ ପନ୍ତ ୨୦, କୁଲଦୀପ ୨, ବୁମରା ୧ ରନ୍ରେ ଆଉଟ୍ ହୋଇଛନ୍ତି। ଟେଷ୍ଟ କ୍ରିକେଟ୍ ଇତିହାସରେ ଭାରତର ଏହା ୩ୟ ସର୍ବନିମ୍ନ ସ୍କୋର୍। ଗତକାଲି ବର୍ଷା ଯୋଗୁଁ ଖେଳ ଆରମ୍ଭ ହୋଇପାରିନଥିଲା।
୧୭ ଅକ୍ଟୋବରରେ ତୁଳା ରାଶିରେ ବୁଦ୍ଧାଦିତ୍ୟ ଯୋଗ; ଜାଣନ୍ତୁ ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ..
ଆସିଲା ‘ପୁଷ୍ପା ୨ ଦି ରୁଲ୍’ର ନୂଆ ପୋଷ୍ଟର; ପ୍ରଶଂସକ କହିଲେ ବକ୍ସ ଅଫିସ୍ରେ କରିବ ହଇଚଇ, ଭାଙ୍ଗିବ ସବୁ ରେକର୍ଡ..
୧୫ ଅକ୍ଟୋବରରୁ ବଦଳିଲା ୟୁଟ୍ୟୁବ୍ର ଏହି ନିୟମ; ଭିଡିଓ ଦେଖିବା ପୂର୍ବରୁ ଜାଣି ରଖନ୍ତୁ..
ଜିଓ ପୁଣି ଆଣିଲା ଶସ୍ତା ରିଚାର୍ଜ ପ୍ଲାନ୍; ମାତ୍ର ଏତିକି ଟଙ୍କାରେ ମିଳିବ ୫ଜି ଅନଲିମିଟେଡ୍ ଡାଟା..
Comments are closed.