www.samajalive.in
Sunday, December 14, 2025
17.1 C
Bhubaneswar

୨୦୨୧ରେ ଇଂଲଣ୍ଡରେ ୫ଟି ଟେଷ୍ଟ ଖେଳିବ ଭାରତ

ଲଣ୍ଡନ୍‌ : ୨୦୨୧ ବର୍ଷ ଲାଗି ଇଂଲଣ୍ଡ ଏଣ୍ଡ୍‌ ୱେଲ୍‌ସ କ୍ରିକେଟ୍‌ ବୋର୍ଡ (ଇସିବି) ତା’ର ଘରୋଇ ଆନ୍ତର୍ଜାତିକ କ୍ରିକେଟ୍‌ ସିରିଜ୍ କାର୍ଯ୍ୟକ୍ରମ ଘୋଷଣା କରିଛି। ଏହା ଅନୁସାରେ, ଆସନ୍ତାବର୍ଷ ଭାରତୀୟ କ୍ରିକେଟ୍‌ ଦଳ ଇଂଲଣ୍ଡ ଗସ୍ତରେ ଯାଇ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଏହି ସିରିଜ୍‌ରେ ପ୍ରଥମ ଟେଷ୍ଟମ୍ୟାଚ୍‌ ଅଗଷ୍ଟ ୪ରୁ ଆରମ୍ଭହେବ।

ଇସିବି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ଘରୋଇ ସିଜିନ୍‌ରେ ଇଂଲଣ୍ଡ ଗସ୍ତରେ ଯିବାକୁ ଥିବା ପ୍ରଥମ ଦଳ ହେବ ଶ୍ରୀଲଙ୍କା। ଏହି ଗସ୍ତରେ ଘରୋଇ ଇଂଲଣ୍ଡ ବିପକ୍ଷରେ ଶ୍ରୀଲଙ୍କା ୩ଟି ଦିନିକିଆ ମ୍ୟାଚ୍‌ ଖେଳିବ। ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଜୁନ୍ ୨୯ରୁ ଆରମ୍ଭହେବ। ପରେ ପାକିସ୍ତାନ ଦଳ ଇଂଲଣ୍ଡରେ ପହଞ୍ଚିବ। ବିଶ୍ବ ଚମ୍ପିଆନ୍ ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ୩ଟି ଲେଖାଏଁ ମ୍ୟାଚ୍‌ର ଦିନିକିଆ ଓ ​‌େ‌ଟ୍ବଣ୍ଟି୨୦ ସିରିଜ୍ ଖେଳିବ। ପରେ ବିରାଟ କୋହଲି ନେତୃତ୍ବାଧୀନ ଭାରତୀୟ ଦଳ ଯାଇ ଇଂଲଣ୍ଡରେ ପହଞ୍ଚିବ। ଏଠାରେ ଅଗଷ୍ଟ ୪ରୁ ୮ ପର୍ଯ୍ୟନ୍ତ ପ୍ରଥମ ଟେଷ୍ଟମ୍ୟାଚ୍‌ ଟ୍ରେଣ୍ଟବ୍ରିଜ୍‌ରେ ଖେଳାଯିବ। ସିରିଜ୍‌ର ୫ମ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‌ ମାଞ୍ଚେଷ୍ଟରରେ ସେପ୍ଟେମ୍ବର ୧୦ରୁ ୧୪ ପର୍ଯ୍ୟନ୍ତ ଖେଳାଯିବ। ସୂଚନାଯୋଗ୍ୟ; ସାରାବିଶ୍ବରେ ମହାମାରୀ କରୋନା ସଂକ୍ରମଣ ପ​ରେ ଇଂଲଣ୍ଡ ହେଉଛି ପ୍ରଥମ ଦେଶ; ଯାହା ବିଦେଶୀ ଦଳଙ୍କୁ ଆମନ୍ତ୍ରଣକରି ସିରିଜ୍ ଖେଳିଥିଲା। ଖେଳାଳି କିପରି ଜୈବ ନିରାପତ୍ତା ବଳୟରେ ରହି ସୁରକ୍ଷିତ ଭାବେ କ୍ରିକେଟ୍‌ ଖେଳିପାରିବେ; ତାହା ବିଶ୍ବକୁ ଦେଖାଇଥିଲା ଇସିବି। ଉକ୍ତ ଅଭ୍ୟାସ ଆଧାରରେ ଏବେ ଏକାଧିକ ଦ୍ବିପାକ୍ଷିକ କ୍ରିକେଟ୍‌ ସିରିଜ୍ ଆୟୋଜନ ହେଉଛି ଏବଂ ଆଇପିଏଲ୍‌ ପରି ବଡ଼ ଟି୨୦ ଟୁର୍ଣ୍ଣାମେଣ୍ଟ ୟୁଏଇରେ ସଫଳତାର ସହ ସମ୍ପନ୍ନ ହୋଇଛି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories